STORYMIRROR

Sagar Kumar Parida

Romance

2  

Sagar Kumar Parida

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
90

ପ୍ରଥମ ପ୍ରେମ ମୋ ଜୀବନ୍ତ ସର୍ବଦା

        ମନ ମନ୍ଦିର ଭିତରେ ,

ଭୁଲି ହୁଏ ନାହିଁ ସେ କୁହୁକ ଦୃଶ୍ୟ

        କି ଯାଦୁ ଥିଲା ସେଥିରେ

ପ୍ରଥମ ଚାହାଣୀ ପ୍ରଥମ କାହାଣୀ

       ଆରମ୍ଭ ସେଇଠୁ ମୋର ,

ଆଖିରୁ ଆରମ୍ଭ ହୋଇଥିଲା ସିନା

       ମନ ମଧ୍ୟେ କଲା ଘର

ଶାଶ୍ୱତ ଥିଲା ମୋ ପ୍ରଥମ ପ୍ରେମ

        କାମନା ବିହୀନ ଲକ୍ଷ୍ୟ ,

ଯୌବନ ପ୍ରଥମ ପାହଚ ଉପରେ

        ଯେବେ ରଖିଲି ମୁଁ ପାଦ

ମନେ ପଡିଗଲେ ସେ ପୁରୁଣା କଥା

         ଭାବନା ରାଇଜେ ଭାସେ ,

ଫେରି ଆସନ୍ତାନି ସେ ଦିନ ମୋ ଫେରି

        କି ସୁନ୍ଦର ଥିଲା ସତେ

ଜୀବନ ଅନ୍ଧାରେ ଚନ୍ଦ୍ର ପରି ଆସି

          ଶୀତଳତା କିରଣରେ ,

ମନକୁ ମୋହର ବଶୀଭୂତ କରି

           ବାନ୍ଧିଲ ପ୍ରେମ ଜାଲରେ

ଶତ ସିଂହ ବଳ ମନେ ହୁଏ ଜାତ

            ପ୍ରେମ ରଙ୍ଗ ଯେବେ ଲାଗେ ,

ପକ୍ଷୀଟିଏ ହୋଇ ଘୁରି ବୁଲିବାକୁ

              ମନ ଧାଉଁଥାଏ ବେଗେ

ସମୟର ସ୍ରୋତେ ଜୀବନର ଗତି

            ମହାକାଳ ଅଧୀନରେ,

ପ୍ରଥମ ପ୍ରେମ ମୋ ସମୟ ସୁଅରେ

            ଇତିହାସ ବକ୍ଷ ପରେ        

         

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance