STORYMIRROR

PRIYANKA SAHOO

Romance

3  

PRIYANKA SAHOO

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
341

ପ୍ରେମରେ ପଡି ଭଲ ଲାଗୁନି ଆଉ

ନୀଳ ଆକାଶ ର ଜହ୍ନ,

ପ୍ରିୟକୁ ପାଇ ମନେ ପଡୁନି ଆଉ

ହଜିଲା ଦିନର ଚିହ୍ନ


ଦିନେ ସ୍ବପ୍ନର ନାୟିକା ଥିଲି, ଆଜି

ସାଜିଛି ମନ ମୟୁରୀ,

କେବେ ବିରହରେ ଜଳୁଥିଲି ,ଆଜି

ପ୍ରେମ ଦେଲା ମନ ଭରି


ନିଦ ଗୋଲାପି ଆଜି ସ୍ବପ୍ନ ଗୋଲାପି

ଗୋଲାପି ହସ ପସରା,

ମନ ଗୋଲାପି ଭାବନା ବି ଗୋଲାପି

ଗୋଲାପି ରଙ୍ଗ ନିଆରା


ଆନମନା କରେ ପ୍ରେମର ରାସ୍ତାରେ

ଗୋଲାପ ଫୁଲର ଗନ୍ଧ,

ବେସୁରା ସଙ୍ଗୀତ ବି ଭଲ ଲାଗୁଛି

ନଥାଉ ତାଳ କି ଛନ୍ଦ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance