STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
2.7K

ତୋ ଗୋଲାପୀ ଓଠ ରଙ୍ଗ ଲୋ ସଙ୍ଗାତ

କିଣି ନେଲା ମନ ମୋର,

ପ୍ରଥମ ଦେଖାରେ ଶତ କଦମ୍ବର

ରୋମାଞ୍ଚେ ହେଲି ଅଧୀର


ତୋ ଚାରୁ ପାଦର ପାଉଁଜିର ସ୍ଵନ

ହେଲା ମୋ କର୍ଣ୍ଣେ ସଙ୍ଗୀତ,

ଝୁମୁକାରେ ତୋର ମନଟି ତ ମୋର

ଝୁଲିଗଲା ମନ ମୀତ


ନିଦ ହଜିଗଲା କ୍ଷୁଧା ନଲାଗିଲା

ସଂସାର ଲାଗିଲା ପିତା,

ଭାବିଲି ମୁଁ ହେବି କୃଷ୍ଣ, ରାମ ଯେବେ

ତୁ ହେବୁ ମୋ ରାଧା, ସୀତା


ଦେଉଛି ତୋ ହାତେ ଉପହାର ଘେନ

ଏହି ଗୋଲାପ କଳିକା,

ପ୍ରଥମ ପ୍ରେମର ଅଭିବ୍ୟକ୍ତି ଧନ

ନକରିବୁ ଅଣଦେଖା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract