STORYMIRROR

samhita jena

Inspirational

4  

samhita jena

Inspirational

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
250

ପ୍ରଥମ ପ୍ରେମିକ ଦ୍ଵାରିକାଧିପତି

     ରାଧାରାଣୀ ତାଙ୍କ ପ୍ରଥମ ପ୍ରେମ

ଶରୀର ନୁହେଁ ସେ ମନ ଦେଇଥିଲେ

     ଦୁହିଁଙ୍କ ଆତ୍ମାରେ ଦୁହିଁଙ୍କ ନାମ।


ଶାଶ୍ୱତ ପ୍ରେମର ଦୁଇଟି ଧାରା ସେ

     ଆବାହନ କାଳୁ ବହି ଆସୁଛି

ବୁଝିଗଲେ ସ୍ୱର୍ଗ ନ ବୁଝିଲେ ନର୍କ

     ଆଜି ଦୁନିଆରେ କିଏ ଭାବୁଛି।


ପ୍ରେମ କିଣେ ମନ ପ୍ରେମ କିଣେ ଜହ୍ନ

     ପ୍ରେମ କିଣିଥାଏ ଆକାଶ ତାରା

ଭାଙ୍ଗିଗଲେ ମନ ଭାଙ୍ଗେ ତା ସପନ

      ଆଖି ପାଲଟେ ତା ଶ୍ରାବଣ ଧାରା।


ପ୍ରେମର ବନ୍ଧନ ଆପେ ବାନ୍ଧି ହୁଏ

      ବାଦଲ ଫାଙ୍କରୁ ହସଇ ଜହ୍ନ

ଶୀତଳ ଜ୍ୟୋତ୍ସ୍ନାରେ ମନ ହଜି ଯାଏ

      ପାଲଟିଯାଏ ସେ ସମ୍ପର୍କ ଚିହ୍ନ।


ବଡ ବିଚିତ୍ର ଏ ପ୍ରେମର ସଂଜ୍ଞା ଟା

       କୋଉଠୁ ଆରମ୍ଭ କୋଉଠି ଶେଷ

ଭାବିବାକୁ ମନ ଆରମ୍ଭିଲେ ଥରେ

       ପ୍ରତୀତ ହୁଅନ୍ତି ଦ୍ଵାରିକାଧିଶ।


ଲୀଳା ମୟ ସିଏ ପ୍ରେମର ପୁରୁଷ

       ଯାଜ୍ଞସେନୀଙ୍କର ପ୍ରଥମ ପ୍ରେମ

କୋଟି ବସ୍ତ୍ର ଦେଇ ଶୂନ୍ୟ ହସ୍ତେ ସେଇ

        ରଖିଥିଲେ ସେହି ପ୍ରେମର ମାନ।


ଇନ୍ଦ୍ରଧନୁ ପରି ସପ୍ତରଙ୍ଗେ ପ୍ରେମ

        ଦୁନିଆ ବୁକୁରେ ହୋଇଛି ସଜା

ଭାବନାରେ ଏଠି ତାଜ ଗଢ଼ାହୁଏ

        ମନରେ ନ ଥାଏ ଟିକିଏ ଜାଗା।


ପୋଖରୀରେ କଇଁ ଆକାଶରେ ଜହ୍ନ

       ଏକାଗ୍ରତା ତାଙ୍କ କିଣିଥାଏ ମନ

ଆରମ୍ଭ ତ ଅଛି ବିଳୟ ତାନାହିଁ

        "ପ୍ରଥମ ପ୍ରେମର"ନିଦର୍ଶନ ଏହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational