Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Mohapatra

Inspirational Others

5.0  

Prabhas Mohapatra

Inspirational Others

ପ୍ରଥମ ପ୍ରବେଶ

ପ୍ରଥମ ପ୍ରବେଶ

1 min
436


ଅତୀତର ସେଇ ସ୍ମୃତି ମନେ ପଡେ

ଯେବେ ବଡ ହୁଏ ଆଜି ।

ବିଦ୍ୟାଳୟ ଯିବା ପ୍ରଥମ ଦିନର

ସ୍ମୃତି କୁ ଗୋଟାଏ ଖୋଜି ।।୧


ବାପା ଯେବେ ମୋର ନେଲେ ଚାଟ ଘର

ଲାଗିଲା ଯେ ନୂଆ ନୂଆ ।

ଘର କଥା ଯେବେ ମନେ ପଡେ ମୋର

ରୋଡି କରେ ମାଆ ମାଆ ।।୨


ଗୁରୁଜୀ ଗୁରୁମା ଗେଲରେ କହିଲେ

କାନ୍ଦୁ ଅଛ କାଇଁ ପାଇଁ ।

ଆସ ଆଜି ଆମେ ଗପ ଯେ ଶୁଣିବା

ଆସ ରେ ପିଲାଏ ଧାଇଁ ।।୩


ବିଦ୍ୟା ବଡ଼ ଧନ ସଂସାର ରେ ଧନ

ତା ସମ କେହିତ ନାହିଁ ।

ଆଦରି ନେବା ଯେ ଶ୍ରଦ୍ଧା ସହକାରେ

ଅଜ୍ଞାନି ହୋଇବା ନାହିଁ ।।୪


କେତେ ମିଠା କଥା କହିଲେ ଯେ ମୋତେ

ଲାଗିଲା ଭାରି ସୁନ୍ଦର ।

ଫେରିବାକୁ ଆଉ ଇଚ୍ଛା ହେଲା ନାହିଁ

ଆସିବାକୁ ପୁଣି ଘର ।।୫


କେତେ ନୂଆ ସାଙ୍ଗ ମିଳିଗଲେ ମୋତେ

ଖେଳିଲି ତାଙ୍କରି ସାଥେ ।

ପରାମର୍ଶ ଦେଲେ ଗୁରୁଜୀ ଗୁରୁମା

ଚାଲିବାକୁ ଗୁଣି ପଥେ ।।୬


ଗୁରୁଜନ କଥା ନ ମଣିବ କେବେ

ସେତ ଜୀବନ୍ତ ଠାକୁର ।

ନିତି ପ୍ରାତେ ସନ୍ଧ୍ୟେ ଗୁରୁଜନ ପାଦେ

କରିବ ଆଗେ ଜୁହାର ।।୭


ବିଦ୍ୟା ଅଧ୍ୟୟନେ ପ୍ରଥମ ପର୍ଯ୍ୟାୟେ

ପ୍ରାର୍ଥନା ନିତି କରିବ ।

ବାଗ୍ ଦେବୀ ତୁମ କଣ୍ଠ ରେ ବସିବେ

ଜ୍ଞାନ ଊଣା ନ ହୋଇବ ।।୮


କି ସୁନ୍ଦର ମୋର ବିଦ୍ୟାଳୟ ଘର

ଗୁରୁ ଚଳନ୍ତି ଠାକୁର ।

ଅଧମ ଆଜିବି ପ୍ରଣାମ କରୁଛି

ପବିତ୍ର ପାଦେ ତାଙ୍କର ।।୯



Rate this content
Log in

Similar oriya poem from Inspirational