STORYMIRROR

BANITA SAHU

Inspirational

3  

BANITA SAHU

Inspirational

ପ୍ରଥମ ଗୁରୁ ପିତା ମାତା

ପ୍ରଥମ ଗୁରୁ ପିତା ମାତା

1 min
421

ପ୍ରଥମ ଗୁରୁ ଅଟନ୍ତି ପିତା ମାତା

ପାଳନ୍ତି ଆମକୁ ଦେଇ ସ୍ନେହ ମମତା 

ପିତା ମାତା ତ' ଆମ ଦୁଇ ନୟନ

ଭକ୍ତି ପୂଜା କରିବା ଦେଇ ସମ୍ନାନ 

ହାତ ଧରି ଆମକୁ ଚାଲି ଶିଖାନ୍ତି

ନିକଟେ ବସି ଦୁହେଁ ଗେଲକରନ୍ତି 

ଝୁଣ୍ଟି ଗଲେ ଆମେ ମଲମ ଲଗାନ୍ତି

କାନ୍ଦୁଥିଲେ ଆମେ ହସାଇ ଦିଅନ୍ତି 

ଅସୁସ୍ଥ ଥିଲେ ଆମେ ନିଜେ କାନ୍ଦନ୍ତି 

ନିଦ୍ରାକୁ ଅଧାକରି ଉଜାଗର ଥାନ୍ତି 

ଅବାଟେ ଗଲେ ହାତଧରି ଆଣନ୍ତି 

ଜ୍ଞାନର ଭଣ୍ତାର ଶିକ୍ଷା ଦେଇଥାନ୍ତି 

ସ୍ବପ୍ନ ଦେଖିବାକୁ ପ୍ରତିଶ୍ଠତି ଦିଅନ୍ତି 

ଦୁହେଁ ସେହି ସ୍ବପ୍ନକୁ ସାକାର କରନ୍ତି 

ବନ୍ଧୁ ଭଳି ଜୀବନେ ସାଥିରେ ଥାନ୍ତି

ଜନ୍ମଦିନେ ନୂଆ ପୋଷାକ ଆଣନ୍ତି 

ଅଝଟକୁ ମଥାପତି ସହିଯାନ୍ତି

ଦୁନିଆ ଖୁସିକୁ ଉଜାଡି ଦିଅନ୍ତି 

ତାଙ୍କରି ପ୍ରେରଣା ବଢାଏ ସମ୍ନାନ

ପିତା ମାତାଙ୍କୁ କରିବନି ଅସମ୍ମାନ 

ତାଙ୍କ ନୈତିକତା ଦିଅଇ ଆଦର୍ଶ

ଦେଇଥାନ୍ତି ସଦା ତାଙ୍କ ଆଶୀର୍ବାଦ 

ଭୁଲିଗଲେ ଭୁଲିଯାଅ ନିଜକୁ

ନଭୁଲିବ କେବେ ପିତା ମାତାଙ୍କୁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational