ପ୍ରଥମ ଚିଠି
ପ୍ରଥମ ଚିଠି
ଆଜିବି ରଖିଛି ସାଇତି
ପ୍ରୀତିଭିଜା ଚିଠିଟିଏ
କେହିଜଣେ ଲେଖିଥିଲା
ସ୍ୟାହି ନୁହେଁ ରକ୍ତରେ
ପ୍ରେମରେ ବୁଡିଥିଲା
କାହା ଭଲପାଇବାରେ
ବର୍ଷ ପରେ ବର୍ଷ ବିତୁଛି
କାଲି ପରି ଲାଗୁଛି
ଯତ୍ନରେ ସାଇତା ଚିଠିଟି
ଆଜିବି ସ୍ମୃତିକୁ କରେ ଜୀବନ୍ତ
ସ୍ମୃତି ସେ ଯେ ଅଭୁଲା ଦିନର
ସହଚର ଅନ୍ତିମ କ୍ଷଣର

