Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

4.5  

Ranjan Kumar Brahma

Inspirational

ପ୍ରଥମ ବର୍ଷା

ପ୍ରଥମ ବର୍ଷା

1 min
256


     ଶିଶୁକବି ରୁଦ୍ରରୂପା ବ୍ରହ୍ମା


 

ରବିର କିରଣେ ପୃଥିବୀ ଆମର 

ଆହା କି ଗରମ ଥିଲା ।

ତାହାରି ଭିତରେ ପ୍ରଥମ ବରଷା

ନୂତନ ଜୀବନ ଦେଲା ।।

 

 

ଶୁଖିଲା ଟାଙ୍ଗରା ନିରସ ମାଟିଟା 

ପାଣିକୁ ଅନାଇ ଥିଲା ।

ନୂଆ ବରଷାର ପ୍ରଥମ ଜଳରେ 

ଶାନ୍ତି ଟିକେ ଦେଇଗଲା ।।

 

 

ଗଛର ବ୍ୟାକୁଳ ଶୁଖିଲା ପତର

ବରଷାକୁ ଖୋଜୁଥିଲା ।

ତା'ର ଦୁଃଖ ଦେଖି କଳାମେଘ ଆସି

ପାଣି ଢାଳି ଦେଇଗଲା ।।

 

 

ମଣିଷଟା ପରା ବରଷା ଜଳକୁ 

ବରଷ ପରେ ଦେଖିଲା ।

ପ୍ରଥମ ବର୍ଷାର ପହିଲି ବିନ୍ଦୁରେ 

ମନ ଖୁସି ହୋଇଗଲା ।।

 

 

ସୁନ୍ଦର ଆକାଶେ କଳାମେଘ ଦେଖି 

ମୟୂର ଅଣ୍ଟା ଭାଙ୍ଗିଲା ।

ବେଙ୍ଗ ବେଙ୍ଗୁଲୀର କେଁଏ କଟରରେ

ପ୍ରକୃତି ହସି ଉଠିଲା ।।

 

 

ଖୁସିରେ ଖୁସିରେ ଜୀବଜଗତଟା

ବର୍ଷାକୁ ସ୍ୱାଗତ କଲା ।

ଆମ ସମସ୍ତଙ୍କ ମଙ୍ଗଳ ସକାଶେ

ବରଷା ଋତୁ ଆସିଲା ।।


ସପ୍ତମ ଶ୍ରେଣୀ 


ଚିକିଟୀ ଗଡ଼, ଗଞ୍ଜାମ, ଫୋନ୍ ନଂ 9437858788


Rate this content
Log in

Similar oriya poem from Inspirational