STORYMIRROR

Kumar Mrutyunjay

Abstract

3  

Kumar Mrutyunjay

Abstract

ପୃଥିବୀ ର ପ୍ରାର୍ଥନା

ପୃଥିବୀ ର ପ୍ରାର୍ଥନା

1 min
11.8K

ଆଚମ୍ବିତ ପୃଥିବୀ 

ସ୍ତବ୍ଧ ବିଶ୍ୱବାସୀ 

ସଚରାଚରେ ନାଶୁଛି 

ଅଜଣା ଭୁତାଣୁ ଆସି |


ଭିନ୍ନ ଏକ ରୋଗ 

ଭିନ୍ନ ଏକ ଦୁନିଆଁ 

ବୁଢା ଠୁଁ ବାଳୁତ 

ଏଠି ସଭିଏଁ ଛାନିଆ |


ଲକ୍ଷଣ ଅବା ବେଲକ୍ଷଣ 

ଭୟେ ଥରୁଛି ଜନ ମନ 

ଦିନ କୁ ଦିନ ସ୍ଥିତି 

ଘଡି କୁ ଘଡି ସଙ୍ଗୀନ |


ନା ଅଛି ତାର ଔଷଧ

ନା ବାହାରିଛି ପ୍ରତିଷେଧ 

ମିଳାମିଶି ଅବା ବନ୍ଧୁ ପରିଚିତି 

ସବୁ ଏହା ପାଇଁ ନିଷେଧ |


ତାଲା ବନ୍ଦ ଏଠି ଜନତା 

ହାତ ଟେକିଲେଣି ନେତା 

ସଙ୍କଟ ସମୟେ ସାହା ହୁଅ ପ୍ରଭୁ 

ଜଗତ କାରଣ ବିଧାତା |


Rate this content
Log in

Similar oriya poem from Abstract