STORYMIRROR

Sasmita Das

Tragedy

3  

Sasmita Das

Tragedy

ପ୍ରତାରଣା

ପ୍ରତାରଣା

1 min
154

ଦେଇଥିଲ ପ୍ରତିଶୃତି ତୁମେ

ମୋ ହାତ ଧରି ଚାଲିବା ପାଇଁ

ସବୁ ବିଶ୍ୱାସ ,ଭରସା ମୋ

ଅଜାଡ଼ି ଦେଲି ତୁମ ପାଦେ

ତୁମ ପାଦ ଚିହ୍ନ ପରେ

ପାଦ ରଖି ଚାଲିବା ପାଇଁ ।

ପ୍ରତିଶୃତି ହେଲା ପ୍ରତାରଣା

ଚାଲିଗଲ ତୁମେ

ଅଧା ବାଟେ ଛାଡ଼ି ଦେଇ ।

ଆଗକୁ ଯାଇ ପାରେ

ନା ପଛକୁ ଫେରି ପାରେ

ପଞ୍ଜୁରି ବଦ୍ଧ ପକ୍ଷୀଟେ ପରି

ଯନ୍ତ୍ରଣାରେ ଛଟପଟ ହୁଏ ।

ନା ହାରି ବାର ଅଭିନୟ କରେ

ନା ଜିତିବାର

ଖାଲି ଶୂନ୍ୟତାକୁ ପଚାରେ

ଭୁଲ କାହାର ,ମୋର ନା ତୁମର,

ନା ମୋ ପ୍ରେମର...।



Rate this content
Log in

Similar oriya poem from Tragedy