STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

ପ୍ରତାରଣା

ପ୍ରତାରଣା

1 min
2.7K

ସମୟ କହିବ କିଏ ସେ'କାହାକୁ

କେତେ ଭଲ ପାଉଥିଲା

ସମସ୍ତେ ଜାଣିବେ କିଏ ସେ'କାହାରେ

ପ୍ରତାରଣା ଦେଇଗଲା ।

ଆଜି ନାହିଁ କାଲି ଡେଙ୍ଗୁରା ବାଜିବ

ଜାଣିବେ ସାରା ଦୁନିଆଁ

ମଶାଣି ଭୂଇଁରେ ମୋ'ଶବକୁ ଯେବେ

ଜାଳିଦେଵ ଜୁଇ ନିଆଁ ।

ବାସର ରାତିରେ ସେ' ପାଖରୁ ଯଦି

ଶୁଭୁଥିବ ତୁମ ହସ

ଏ'ପାଖରେ କିନ୍ତୁ ମୋ'ଶବ ପାଉଁଶ

କରୁଥିବ ଉପହାସ ।

ତୁମେ ଗଢୁଥିବ ସୁଖର ସଂସାର

ମୋ'ଜୀବନ ବିନିମୟେ

ଆର ଜନମରେ ସାଥୀ ହେବାପାଇଁ

ଚାହିଁବିନି କେବେ ପ୍ରିୟେ ।


Rate this content
Log in

Similar oriya poem from Abstract