Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance Tragedy

3  

Sadananda Sahoo

Romance Tragedy

ପ୍ରତାରଣା

ପ୍ରତାରଣା

1 min
273



ପ୍ରେମ ପ୍ରତାରଣା  ଅସହ୍ୟ ଯନ୍ତ୍ରଣା 

  ବର୍ଣ୍ଣନା ସାଫେକ୍ଷ ଶବ୍ଦ , 

କବି ମଧ୍ୟ ଦଗ୍ଧ  ଅଚିରେ ତା'ଦୁଃଖ 

  ଯୋଡେ ଅଭିଯୋଗ ଫର୍ଦ୍ଦ ! ! 


ପ୍ରେମ ବିରହର ମହା ସମାହାର 

    ପ୍ରତାରଣା  ଦୃଶ୍ୟପଟ , 

ହୃଦୟକୁ ଜାଳେ ମନବଳ ଭାଙ୍ଗେ 

    ଅନୁଭୂତ   ହୁଏ କଷ୍ଟ ! ! 


ପ୍ରେମରେ ବିରହ ହୃଦୟରେ କୋହ

   କିଏବା କରିବ ସହ୍ୟ ;;

 ନିରୀହ ପ୍ରେମିକ ଝୁରି ହୁଏ ସତ

 ଭେଦକରେ  ନାହିଁବୃହ୍ଯ !!


ପ୍ରେମିକା ସୁନ୍ଦରୀ ଯାଏ ଅପସରି

    ପ୍ରତାରଣା ଦୁଃଖ ଦେଇ ;;

 ପ୍ରେମିକଟା ଝୁରେ ସ୍ମୃତିକୁ ସାଉଁଟି

    ଲୁହ ଲହୁ ପିଇ ପିଇ !!


 ପ୍ରେମରୂପୀ ଝଡ ଭାଙ୍ଗିଦିଏନୀଡ଼

    ସ୍ୱପ୍ନ ହୁଏ   ଚୁରୁମାର ;

 ସରଳ  ହୃଦୟ ହୁଏ ପ୍ରତାରିତ

     ଝରଇ ଲୋତକ ଧାର !!


ପ୍ରେମ ପୂଜାରିଣୀ ଚିହ୍ନି ପାରେନାହିଁ 

    ପ୍ରେମିକ ମଣିକୁ ତା'ର ;

ନୂଆ ସ୍ୱପ୍ନଦେଖି ଯାଏ ବାଟହୁଡି 

   ସ୍ୱପ୍ନରେ ହୋଇ ବିଭୋର !!


ପ୍ରେମିକ ପ୍ରବର ହୁଏ ନାରଖାର

    ବିରହ ନିଆଁରେ ଜଳି ;

ପ୍ରେମ ମାୟାବିନୀ ସାଜେ ସୁହାଗିନୀ

   ମଧୁ ଶେଯେ କରେ କେ' ଳି !!


କେମିତି ଭୁଲିଲା କେମିତି ଭାଙ୍ଗିଲା

    ସମ୍ପର୍କର ସେତୁ ବନ୍ଧ , 

ନିରୀହ ପ୍ରେମିକ ଜାଣେ ନାହିଁଛନ୍ଦ

    ଆଖିଥାଇ ହୁଏ ଅନ୍ଧ !!

ବିଶ୍ଵାସରେ ବିଷ  ପ୍ରେମିକାର ହସ

    ପ୍ରେମିକ ନଥାଏ ଜାଣି ;;

ପ୍ରେମପାଠ ଅଙ୍କ  ଜଟିଳ ରହସ୍ୟ

   କିଏବା କହିବ ଗଣି !! 


ହୃଦୟର ରାଣୀ ବିସ୍ଵାଶ ଭାଜିନୀ

    ସାଜିବକି ସ୍ୱାର୍ଥପର ;?

ମନରେ ସଂସୟ ହେବକି ଉଦ୍ରେକ 

   ଭାବିବାକୁ ତାକୁ ପର  ?!!


 ପ୍ରେମରେ କଳଙ୍କଏଇ ବିଶେଷାଙ୍କ

    ହେଲି ମୁଁ'ଲୋ ଉପନୀତ ;

ଆଉବାଟ ହୁଡି ଯିବୁନି ଲୋଛାଡି

 ତୋ ପ୍ରେମ ହବ ପ୍ରତିହତ !!


ପ୍ରେମିକ ସାଥିରେ ରହତୁ ସୁଖରେ

  କଳଙ୍କ' ତୋଯିବ ଧୋଇ ;

ନୂଆ ସ୍ୱପ୍ନ ଦେଖି ସାଜିବୁନି ସାଥୀ

 କେହି ଛୁଇଁ ବେନି ଛାଇ !!


କରିଛି ଶପଥ କରିବିନି ପ୍ରେମ

  ପ୍ରେମିକ କାହାର ସାଜି ;

ତୋ ପ୍ରେମ ସ୍ମୃତି ରଖିଛି ସାଇତି

  ଶୋଇ ଯିବି ଆଖିବୁଜି !!!


ଶେଷ ଅନୁରୋଧ ରଖିବୁଲୋ ମୋର

    କଳଙ୍କିତ ହେବୁ ନାହିଁ ;

ସହିବନି ଧର୍ମ ଭୋଗିବୁ ଲୋ କର୍ମ

    ପ୍ରେମୀ ପାରିବନି ସହି !!



Rate this content
Log in

Similar oriya poem from Romance