STORYMIRROR

Nibedita Mishra

Abstract

2  

Nibedita Mishra

Abstract

ପ୍ରତାରଣା

ପ୍ରତାରଣା

1 min
133

କାହିଁକି ତୁମର ଏ ପ୍ରତ୍ୟାଖ୍ୟାନ

କ'ଣ ଥିଲା କି ମୋର ପ୍ରତ୍ୟାଶା

ଚାହିଁଥିଲି କେବଳ ପ୍ରେମର ଗୋଟିଏ ପ୍ରତିଶୃତି

ସର୍ବସ୍ବ ସମର୍ପି ହେବାକୁ ତୁମର ପରିଣୀତା

ତୁମେକିନ୍ତୁ କ'ଣ କଲ ଅଧି ପତି

ମୋ ପ୍ରତି କେମିତି ହେଲ ପକ୍ଷପାତୀ

ନିଜ ସ୍ବଭିମାନ ଲାଗି ସାଜିଲ ମୋତେ ପଣ୍ୟାଙ୍ଗନା

ଥରେ ବି ବୁଝିବାକୁ ଚେଷ୍ଟା କଲନି ପରୋକ୍ଷେ

ମୋ ମନେ ଥିବା ପ୍ରେମର ପ୍ରଗାଢତା

କେଉଁଥି ପାଇଁ ନେଲ ପ୍ରତିଶୋଧ

ଜାଣେନା କେବେ ହୋଇଥିଲା ପ୍ରଭବ

ମୋ ସ୍ପନ୍ଦିତ ହୃଦୟେ ତୁମ ପ୍ରୀତିପୁଷ୍ପ

ବୃନ୍ତଚ୍ୟୁତ ପରେ ସିନା ଅସ୍ଥିତ୍ବ ହେଲା ପ୍ରକାଶ

ବଜାଉଥିଲ ଯେଉଁ ପୌରୁଷତ୍ବର ପୁଙ୍ଗବ

ହଠାତ୍ କେମିତି ନିରବୀ ଗଲା ଅବରୁଦ୍ଧ ପ୍ରକୋଷ୍ଠରେ

ଆତ୍ମସମୀକ୍ଷା ପରିବର୍ତ୍ତେ ନେଲ ମୋ ଅଗ୍ନି ପରୀକ୍ଷା

ଅଗ୍ନିଶିଖାର ତେଜେ ମାପିଲ ମୋ ସତୀତ୍ବର ପରାକାଷ୍ଠା

ଜାଣେନା ତୁମେ କେତେଦୁର ହେଲ ପରିତୁଷ୍ଟ

ମୋତେ କିନ୍ତୁ ନିଃସ୍ବ କରିସାରିଥିଲା ଏ ପ୍ରତାରଣା

ପାଲଟି ଯାଉଥିଲି ମୁଁ ପ୍ରଣୟିନୀରୁ ପରିତ୍ୟାଜ୍ୟ

ଆଉ ତୁମେ

ଲାଗୁଥିଲ ମୋ ପରିତ୍ରାତା ପରିବର୍ତ୍ତେ ପରୀକ୍ଷକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract