STORYMIRROR

DHARITRI SAHU

Tragedy

4  

DHARITRI SAHU

Tragedy

ପ୍ରତାରଣା

ପ୍ରତାରଣା

2 mins
241

ଏଇ" ତମେ ତ ମୋତେ ଡାକିଥିଲ।

ମୁଁ ତ ଆସିଥିଲି ମୋ ଭଙ୍ଗା କବାଟକୁ ମୁକୁଳା ପକାଇ, 

ଶିକୁଳି ଟା ପକାଇବାକୁ ବି ଭୁଲିଯାଇ ଥିଲି।

ଏଇ, ତମେ ମୋତେ କଥା ଦେଇଥିଲ

ପୂର୍ଣ୍ଣିମା ର ଚାନ୍ଦ ମଥାନ ଉପରକୁ ଉଠିଲା ଯାଏଁ ଚାହିଁ ରହିବ ବୋଲି,

ମୁଁ ତ ଆସି ଯାଇଛି 

ସେ ଚାନ୍ଦ ତ 

ମୋ ସାମ୍ନାରେ ଏଇ ମୋତେ 

ଚାହିଁ ଖିଲି ଖିଲି ହୋଇ ହସୁଛି।

ଏଇ ତମେ ମୋତେ କଥା ଦେଇ ଥିଲ

ସେଇ ପାହାନ୍ତିଆ କୁଆଁ ତାରାକୁ ସାଖି ରଖି

ଆମେ ସାରା ଜୀବନ ପାଇଁ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଯିବା ବୋଲି,

ସେ କୁଆଁ ତାରା ଆସିବାକୁ ଆହୁରି ବହୁତ

ବିଳମ୍ବ ଅଛି,

 ମୁଁ ତ ଆସି ଖୋଜୁଛି ତମକୁ

ଏଇ ଶୂନ୍ୟ ଭଗ୍ନ ମନ୍ଦିରର ଚତୁଃପାର୍ଶ୍ଵରେ।

ମୋ ବିଶ୍ଵାସ ମୋତେ ଟାଣି ଆଣିଛି ଏଇ ନିର୍ଜନ ଅପନ୍ତରା ଗୁଣ୍ଡୁଚି ଘାସର 

ଜଙ୍ଗଲ ଭିତରକୁ,

ଏଇ ତମେ କେଉଁଠି ଅଛ! 

ମୋ ସହିତ ଆଉ ଲୁଚକାଳି ଖେଳନା ମ,

ଡେରି ହେଉଛି ପରା,ରାତି ପାହିଯିବ ଯେ,

କୁଆଁ ତାରା ବୁଡ଼ିଯିବ ଯେ,

ଲୋକେ ଦେଖି ନାନା ଅପବାଦ ଦେବେମ,

ମୁଁ ସହି ପାରିବି ନାହିଁ ତମର କୁତ୍ସାରଟନା,

ଦେଖ ରଜନୀ ଗନ୍ଧାର ଗଜରା ଦୁଇଟା

ମଉଳି ଯିବାକୁ ବସିଲେଣି,

ଏଇ ତ ମନ୍ଦିର,ଏଇ ତ କୁଆଁ ତାରା

ଖାଲି ତମକୁ ପାଉନି ,ତମେ କେଉଁଠି?

ତମକୁ ନ ଦେଖି ମୁଁ ପାଗଳ ହୋଇ ଯିବି ପ୍ରିୟା।

ଏଇ"ଶୁଣ ସେ ଗାଁ ଆଡୁ 

ମୋଟର ଗାଡ଼ିର ଆବାଜ ଶୁଭୁଛି,

ବୋଧେ କିଏ ଆସୁଛି !

ତମେଶୀଘ୍ର ବାହାରି ଆସ କେଉଁଠି ଲୁଚିଛ

ମୋ ସହିତ ଲୁଚକାଳି ଖେଳୁଛ ନା।

ଆମେ ମାଳା ବଦଳାଇ ଠାକୁର ଙ୍କୁ ମୁଣ୍ଡିଆ ମାରି

ସେ ଗାଡ଼ିରେ ଲିପ୍ଟ ମାଗି ପଳାଇବା 

ଆମ ଗନ୍ତବ୍ୟ ସ୍ଥଳକୁ।

ଯେଉଁଠି ଆମେ ଗଢିବା ଆମର ଛୋଟିଆ ନୀଡ଼

ସବୁ ସୁନେଲୀ ସ୍ବପ୍ନକୁ ସତ କରିବା।

ଆମ ମନ ତ ଏକ ଆମ ହୃଦୟ ତ ଏକ

ଏ ଲୋକ ଦେଖାଣିଆ ବେଦୀ ବାହାଘରରୁ ଆମକୁ ମିଳିବ କଣ?

ରୁହ ମୁଁ ଦେଖିଆସେ ସେ କାର ଭିତରେ କିଏ ସବୁ ଅଛନ୍ତି।

ଏ ତ କଣ ବାହାଘରିଆ କାର୍ ଭଳି ସଜା ଯାଇଛି।

ଆରେ ହେ ତା ଭିତରେ ତମେ କଣ ବସିଛ!

ଓଃ ତମେ ମୋତେ ଅପ୍ରତ୍ୟାଶିତ ଭାବେ ଚମକାଇବା ପାଇଁ କାର ସଜ କରି ଆଣିଛ ନା?

ହଁ ମୁଁ ଅନାଥ କାଙ୍ଗାଳଟିଏ

ତମକୁ ଏ ସୁଖ ଦେଇ ପାରି ନ ଥାନ୍ତି

ସେଥିପାଇଁ ତମେ ଏ ସୁଖ ମୋ ପାଇଁ ଆଣି ଦେଇଛି ନା?

ମୁଁ ତମକୁ ଆଜି କଥା ଦେଉଛି ପ୍ରିୟା 

ମୁଁ ନିଶ୍ଚୟ ଦିନେ ତମକୁ କାର ଟିଏ ଉପହାର ଦେବି।

ହଉ କାରଟା ଟିକେ ଧିର କର ମୁଁ ବସେ।

ଆରେ ତମ ପାଖରେ ତମକୁ ଧରି ସେ କିଏ ବସିଛି ମ ?

ତମେ ତା କାନ୍ଧରେ ମୁଣ୍ଡ କାହିଁକି ଗୁଞ୍ଜିଛ ?

ସେ କିଏ?

ଏ ପ୍ରିୟା,!

 ତମେ ମୋତେ ଥରେ ଚାହିଁ ଦେଇ

ମୁହଁ କାହିଁକି ବୁଲାଇ ଦେଉଛ?

ତମେ କଣ ମୋତେ ଚିହ୍ନି ପାରୁ ନାହଁ?

ମୁଁ ପରା ତମର ସେହି ପ୍ରତିକ୍ଷିତ ପ୍ରେମ ପାଗଳ "

ତମେ କଣ ମୋତେ ଠକି ଦେଲ ପ୍ରିୟା?

ତମେ ତାହା ହେଲେ ମୋତେ ପ୍ରତାରଣା କରି ଆଉ କାହାର ହୋଇ ସାରିଛ !

ଏଇ ତମେ ପରା ମୋତେ ଡାକିଥିଲ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy