STORYMIRROR

Dr.Sashi Bhushan Mohapatra

Abstract Romance

4  

Dr.Sashi Bhushan Mohapatra

Abstract Romance

ପ୍ରତାରଣା କ’ଣ ଦର୍କାର

ପ୍ରତାରଣା କ’ଣ ଦର୍କାର

1 min
367


ପ୍ରତାରଣା ଏକ ଷଡ଼ଯନ୍ତ୍ର

ପ୍ରବଞ୍ଚନା ବି ନିଶ୍ଚୟ

ଶାଶ୍ୱତ ପ୍ରେମରେ!


ସୁବିଧାବାଦରେ ବଞ୍ଚିବାପାଇଁ

ଗୋଟାଏ ହୃଦୟ ଖଣ୍ଡ ଖଣ୍ଡ କରି

ପ୍ରତାରଣା କରିବା କ’ଣ ଏତେ ଦର୍କାର ?


ପ୍ରତାରଣାର ଘୃଣାରେ

ସମ୍ପର୍କର ଆତ୍ମବିଶ୍ୱାସ

ମହାମପରି ମିଳେଇଯାଏ ।


ତେବେ କି ଦର୍କାର ଥିଲା

ଏମିତି ମିଛ ପ୍ରେମରେ

ସମ୍ପର୍କର ସେତୁଟିଏ ବାନ୍ଧିବା,

କ’ଣ ବା ଦର୍କାର ଥିଲା

ଛାତିତଳେ ସବୁ ସାଇତି ରଖିବା ।


କି ଦର୍କାର ଥିଲା

କାନ୍ଥବାଡ଼, ପଥରରେ

ତୀରମରା ପାନଚିତ୍ର ଅଙ୍କିବା,

ଚିତ୍ରର ଏପଟେ ସେପଟେ

ପ୍ରତିଶୃତିର ହଜାରେ ହସ୍ତାକ୍ଷର ଦେବା ।


ଏବେ ଦେହର ଅଂଶ କୋରି ପରୀକ୍ଷଣ କଲେ

ଶହେ ପ୍ରତିଶତ ପ୍ରତାରଣା ପାଇବା!


ଦଲକାଏ ପବନରେ

ଫୁଲସବୁ ବୃନ୍ତଚ୍ୟୁତ ହେବାପରି

ସାମାନ୍ୟ ଅବିଶ୍ୱାସର

ଟିକିଏ ଜ୍ୱଳନରେ

ସବୁ ଆଶ୍ଵାସନ ମିଛ,

ସତେ ଯେମିତି କିଏ ସିଞ୍ଚି ଦେଇଛି

ହଣ୍ଡାଏ ଅମୃତରେ ଟୋପାଏ ବିଷ ।


ଏମିତି ଯଦି ପ୍ରେମରେ ପ୍ରତାରଣା

ଭାଇରସପରି ପବନରେ ଉଡ଼ିବ,

ପ୍ରେମର ଋତୁ

ବିଧବା ବୋହୁପରି ଦିଶିବ!

ଭଲପାଇବାର ଅମ୍ଳଜାନ ନପାଇ

ପ୍ରେମ ଜୀବନ ହାରିବ ।

ପ୍ରତାରଣାର ବିଷ ରକ୍ତରେ ମିଶିବ

ପ୍ରବଞ୍ଚନା ଅସୁରୁଣୀ ସାଜି

ଭଲପାଇବାକୁ କଞ୍ଚା ଚୋବାଇବ ।

କି ଦର୍କାର ଥିଲା ବିଶ୍ୱାସଭଙ୍ଗ କରିବା!


ପ୍ରତାରଣା ସବୁ ହଟାଇବାକୁହେଲେ

ଭଲପାଇବାର ହଜାର ରଙ୍ଗରେ

ଏବେ ବିଶ୍ୱାସର ପ୍ରତ୍ୟୟଟିଏ ଲୋଡ଼ା!

ସ୍ନେହ ପ୍ରେମ, ବିଶ୍ୱାସରେ

ପ୍ରତାରଣା କିଏ କାହାକୁ ନଦେଉ

ଇତିହାସରେ ଦେବଦାସ ପୁନର୍ଲିଖନ ନହେଉ,

ପ୍ରତାରଣାର ଦହନରେ

ପ୍ରେମ ଘଷିମାଜି ଚିକ୍କଣ ହେଉଥାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract