STORYMIRROR

DEEPAK KUMAR PATRA

Fantasy

4  

DEEPAK KUMAR PATRA

Fantasy

ପ୍ରତାରିତା ମନିକା

ପ୍ରତାରିତା ମନିକା

1 min
397

ତମେ କହିଥିଲ ମନିକା ,

ତମ ଛଡା କିଛି ଲୋଡାନାହିଁ

ଖାଲି ତମର ଭଲପାଇବା ହିଁ ମୋର ମୂଳଧନ

ହେଲେ ତୁମେ କହିଥିବା କଥାଟା ? 

ଖାଲି କଥାରେ ହିଁ ରଖିଦେଲ 

ଗୋଟେ ଦୋକାନୀର ଉଧାରୀ ଖାତାରେ 

ଲିଖିତ ବକେୟା ସାମଗ୍ରୀ ଭାବରେ ……।

ତୁମର ମନେଅଛି ,

ତୁମେ କହିଥିଲ ପ୍ରେମ ହିଁ ସବୁକିଛି

ବାକି ଯାହାବି ବିଳାସମୟ କୋଠା, ଘୋଡା ଗାଡି 

ସବୁ ବାସ୍ତବିକ ଦୁନିଆଁର ଅଳୀକ ମାତ୍ର

ହେଲେ ,

ଆଜି ତୁମେ କେଉଁ ପଥର ଯାତ୍ରୀ ?

ଶେଷରେ ତୁମେ ବି ବଶବର୍ତ୍ତୀ ହୋଇଗଲ

ସେଇ ତେଲ ଲୁଣ ଦୁନିଆଁର ବସ୍ତୁର ଜାଲରେ….. ।

କେତେ ଯେ କହିଥିଲ ,

ଭଲପାଇବାର ଆଖ୍ୟାନ କୁ ନେଇ

କୃଷ୍ଣ ଙ୍କର ପ୍ରଣୟିନୀ ରାଧାଙ୍କ ଠାରୁ ଆରମ୍ଭ କରି 

ଦାସିଆ ବାଉରୀ ଯାଏଁ 

ବୃନ୍ଦାବନ ର ପ୍ରାକୃତିକ ଦିବ୍ୟଲୀଳା ଠୁ ଆରମ୍ଭ କରି 

ଦ୍ଵାରିକା ପୁରୀର ପ୍ରଣୟ ପାରବାର ର 

ଦୂରଦିଗବଳୟ ଶେଷ ସୀମା ଯାଏଁ

ନିଜକୁ ପ୍ରୀତି ସୁଷମାରେ ଏକାକାର କରିଦେଇ

ସେ କଥା ଗୁଡାକ କ୍ଷଣିକରେ ଭୁଲିଗଲ ?

ଭାବନା,କଳ୍ପନା ଆଉ ଭଲପାଇବାକୁ 

କେବଳ ଆବଦ୍ଧ କରିଦେଇ ଚାଲିଗଲ 

ଲେଖକ ର ଅଭିମତର ଛାପଦେଇ

ଆବଦ୍ଧ କରିଦେଇ ଗଲ

ହୃଦୟ ପରିଧିର ଚାରିକାନ୍ଥ ମଧ୍ୟରେ ll


Rate this content
Log in

Similar oriya poem from Fantasy