ପ୍ରସ୍ତାବ
ପ୍ରସ୍ତାବ
ବଡ ଅଙ୍କା ବଙ୍କା ଜୀବନ ସରଣୀ
ଚାଲି ଚାଲି ଥକେ ପାଦ
ଆଖିଆଗେ ଦେଖି ମରିଚିକା ରୂପ
ମନେ ଭରେ ଅବସାଦ I
ଆଶା ଓ ଭରଷା ମିଳେନି କେଉଁଠୁ
ଦୁଃଖରେ ଉଛୁଳେ ପ୍ରାଣ
ପ୍ରୀତିର ଶେଫାଳୀ ଅବେଳେ ଝଡଇ
ଅବସନ୍ନ ହୁଏ ମନ I
ସପନ ସଉଧ ଭୁଷୁଡି ପଡଇ
ଜଳି ଯାଉଥାଏ ଦେହ
ବୋଝପରି ଲାଗେ ଜୀଇଁବାଟା ଯେବେ
ଆଖି ଢାଳିଦିଏ ଲୁହ I
ସେପାଇଁ କହୁଛି ସଭିଙ୍କ ହୃଦୟେ
ପ୍ରେମର ପ୍ରଦୀପ ଜାଳି
ମନାଇବା ଆମେ ହର୍ଷ ଉଲ୍ଲାସରେ
ପ୍ରଣୟର ଦୀପାବଳୀ

