STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ପ୍ରଶଂସା ଯୋଗାଡ

ପ୍ରଶଂସା ଯୋଗାଡ

1 min
17


ପ୍ରଶଂସା ଯୋଗାଡ ତରିକା ପ୍ରାୟତଃ

ବହୁଳ ମାତ୍ରାରେ ଦୃଶ୍ୟ

"ଆସ,ମୋତେ ପ୍ରଶଂସା କର, କରାଅ ''

ହୃଦେ ଭାବନା ଅବଶ୍ୟ

ପ୍ରସବ ଜନିତ ଦୃଶ୍ୟ ଠୁ ଆରମ୍ଭ

କ୍ରମେ ବିଭିନ୍ନ ଅବସ୍ଥା

ଫୋଟ ଉଠା ସହ ପରେ ପ୍ରଦର୍ଶନ

ଚଳନ୍ତି ଭବ୍ୟ ସଭ୍ୟତା

ଫୋଟ,ଭିଡିଓ,କବିତା ଆଧାରରେ

ମନ୍ତବ୍ୟ ମିଳୁନି ଜାଣି

ଅଭିମାନ ସହ କଡ଼ା ପ୍ରତିକ୍ରିୟା

ପର ମୁହୂର୍ତ୍ତରେ ପୁଣି


ଜଣକୁ ଭଲ ଲାଗିଲେ ହିଁ ପ୍ରଶଂସା

ଅନ୍ୟଥା ପ୍ରଶ୍ନ ଉଠୁନି

ବେଳେବେଳେ ତୋଷାମଦ ଆକାରରେ

ପ୍ରଶଂସା ମାତ୍ର ସେ କ୍ଷଣି

ଯେଉଁ କୃତି ,ସର୍ଜନା ଅବଶ୍ୟ ଭଲ

ମତାମତ ବାଧ୍ୟ ନୁହେଁ

ଅନେକ ଦୃଷ୍ଟାନ୍ତ ଅଛି ଚାରିପାଖେ

ଯାହା ପ୍ରେରଣା ଯୋଗାଏ 

କେବେ କେଉଁଠି ଆଲୋଚନା ବେଳେ

ଉଦାହରଣ ଆକାରେ

ସେଇ କୃତି ସବୁ ହୁଏ ଉପସ୍ଥାପିତ

ପୁଣି କଥା ପ୍ରସଙ୍ଗରେ

ତାହା ହିଁ ସ୍ରଷ୍ଟାଙ୍କୁ ଶ୍ରେଷ୍ଠ ଉପହାର

ଅବା ଯଥାର୍ଥ ପ୍ରଶଂସା

ନିଜର ପ୍ରଶଂସା କରି କରାଇବା

ହୋଇପାରେ ଲୋକହସା


ମୁଖରେ ପ୍ରଶଂସା ସହ ଗୁଣଗାନ

ପଛରେ ସମାଲୋଚନା

ନିଜ ସ୍ବାର୍ଥରେ ଅନ୍ୟକୁ ବ୍ୟବହାର 

ପ୍ରଶଂସା ପାଇଁ ବାହାନା 

ପ୍ରତିଭା ପ୍ରଦର୍ଶନ ନିମନ୍ତେ କ୍ଷେତ୍ର

ଆବଶ୍ୟକତା ରହିଛି

କ୍ଷେତ୍ରର ଅପବ୍ୟବହାର ବଳରେ

ବିଡମ୍ବନା ସବୁ କିଛି

ସ୍ବଭାବତଃ ମଣିଷର ଭାବନାରେ

ନିଜର ଗୁଣ ପ୍ରଶଂସା 

ନିଜର ମନ୍ଦ ଅବଗୁଣ ଶୁଣିବା

କଦାପି କରେନି ଆଶା

ନିଜକୁ ଭଲ ଭାବିବା ଦ୍ଵାରା ଆପେ

ସକାରାତ୍ମକ ଭାବନା

କିନ୍ତୁ ନିଜେ ଭଲ ବୋଲି କୁହାଇବା

ଦୁର୍ବଳ ଓ ହୀନ-ମନା 


ପ୍ରଶଂସା ବା ପୁରସ୍କାର ଭିକ୍ଷା ନୁହେଁ

ଆପେ ଆପେ ହୁଏ ପ୍ରାପ୍ତ

ନିଜକୁ ଉପଯୁକ୍ତ ଢଙ୍ଗରେ ଯଦି

ହୁଅଇ ପ୍ରତିପାଦିତ

ମାଗି ଓଳିକି ଯାଚି କଲ୍ୟାଣ ଉକ୍ତି

ଆଜିକାଲି ଜଣା ଶୁଣା

ଦୁର୍ବଳ ମାନସିକତା ମଣିଷର

ବିକୃତ ପରିକଳ୍ପନା



Rate this content
Log in

Similar oriya poem from Drama