STORYMIRROR

kahnu charan sahu

Abstract

4  

kahnu charan sahu

Abstract

ପ୍ରଶ୍ନବାଚୀ ?

ପ୍ରଶ୍ନବାଚୀ ?

1 min
298


ଯାହାକୁ ଖୋଜେ ସେ ଆଉ କାହାକୁ ଖୋଜନ୍ତି,

ଯାହାକୁ ଚାହେଁ ସେ ଆଉ କାହାକୁ ଚାହାନ୍ତି

ଯାହାର ହେବାକୁ ଚେଷ୍ଟା କରେ ସେ ଆଉ କାହାର

ଯାହାକୁ ଆପଣେଇ ନିଏ ସିଏ ବି ଚାଲିଯାଏ ଖୁବ ଦୂର !

ମୁଁ ମଣିଷ ନା ଆଉ କିଛି, ମୋର ବି ହୃଦୟ ଅଛି ତ

ନା ମୁଁ ଆଉ କିଛି, ଏମିତି ନିଜକୁ ନିଜେ ଅନେକ ପ୍ରଶ୍ନକରେ ?

ହେଲେ କେବେ ଉତ୍ତର ପାଏନା !


କିଛି ଶବ୍ଦ ଖୁବ ଜଳାଏ, ଲୁହରେ ଭିଯାଏ

ଯେମିତି ବି.ଏଫ୍ କାହା ପାଟିରୁ ଶୁଣୁ ଶୁଣୁ !

ହଠାତ୍ ଗୋଟେ ଅଜଣା ଶକ୍ତି କାବୁକରିନିଏ ଶରୀର 

ହୃଦୟରେ ଖେଳିଯାଏ ଛାଇ ବିଷାଦର 

ଭାବିବା ଆଗରୁ ଅନ୍ତହେଇ ଯାଏ ସବୁ ଭାବନାର ।


ବୁଝି ପାରେନି, ଏମିତି କାହିଁକି ହୁଏ ମୋ ସହ

ଅଜଣା ଋତୁର ସ୍ପର୍ଶ ଅନୁଭବ କରିବା ଆଗରୁ 

ଆପଣେଇ ନେବାକୁ ହୁଏ କାହା ଅନୁପସ୍ଥିତିର କୋହ ।

କହିବା ବି ଗୋଟେ ମୂର୍ଖାମୀ, କିଏ ଆଉ କାହାର ହେଲା ପରେ

ବାସ୍ ଅନେକ ଖୁସି ନିଜେ ଜଳିବାରେ,

ଅନ୍ତରେ କାନ୍ଦି ମଜା ଲାଗେ ହସିବାରେ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract