Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

4  

kahnu charan sahu

Abstract

ପ୍ରଶ୍ନବାଚୀ ?

ପ୍ରଶ୍ନବାଚୀ ?

1 min
293



ଯାହାକୁ ଖୋଜେ ସେ ଆଉ କାହାକୁ ଖୋଜନ୍ତି,

ଯାହାକୁ ଚାହେଁ ସେ ଆଉ କାହାକୁ ଚାହାନ୍ତି

ଯାହାର ହେବାକୁ ଚେଷ୍ଟା କରେ ସେ ଆଉ କାହାର

ଯାହାକୁ ଆପଣେଇ ନିଏ ସିଏ ବି ଚାଲିଯାଏ ଖୁବ ଦୂର !

ମୁଁ ମଣିଷ ନା ଆଉ କିଛି, ମୋର ବି ହୃଦୟ ଅଛି ତ

ନା ମୁଁ ଆଉ କିଛି, ଏମିତି ନିଜକୁ ନିଜେ ଅନେକ ପ୍ରଶ୍ନକରେ ?

ହେଲେ କେବେ ଉତ୍ତର ପାଏନା !


କିଛି ଶବ୍ଦ ଖୁବ ଜଳାଏ, ଲୁହରେ ଭିଯାଏ

ଯେମିତି ବି.ଏଫ୍ କାହା ପାଟିରୁ ଶୁଣୁ ଶୁଣୁ !

ହଠାତ୍ ଗୋଟେ ଅଜଣା ଶକ୍ତି କାବୁକରିନିଏ ଶରୀର 

ହୃଦୟରେ ଖେଳିଯାଏ ଛାଇ ବିଷାଦର 

ଭାବିବା ଆଗରୁ ଅନ୍ତହେଇ ଯାଏ ସବୁ ଭାବନାର ।


ବୁଝି ପାରେନି, ଏମିତି କାହିଁକି ହୁଏ ମୋ ସହ

ଅଜଣା ଋତୁର ସ୍ପର୍ଶ ଅନୁଭବ କରିବା ଆଗରୁ 

ଆପଣେଇ ନେବାକୁ ହୁଏ କାହା ଅନୁପସ୍ଥିତିର କୋହ ।

କହିବା ବି ଗୋଟେ ମୂର୍ଖାମୀ, କିଏ ଆଉ କାହାର ହେଲା ପରେ

ବାସ୍ ଅନେକ ଖୁସି ନିଜେ ଜଳିବାରେ,

ଅନ୍ତରେ କାନ୍ଦି ମଜା ଲାଗେ ହସିବାରେ ।। 


Rate this content
Log in

Similar oriya poem from Abstract