STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ପ୍ରଶ୍ନ

ପ୍ରଶ୍ନ

1 min
113

ଝରକା ସେପାଖେ ଶ୍ରାବଣ

ଝରକା ଏ ପାଖେ କରୁଣ

କାହିଁକି ଭିନ୍ନ ଏ କାରୁଣ୍ୟ?

ହୃଦୟ ଭିତରେ ଝଡ଼

ହୃଦୟ ବାହାରେ ନୀଡ଼

କିଏ କହେ ଶୁଖା ଖଡ଼ ଖଡ଼

କାହିଁକି ଭିଡରେ ବାଡ଼?

ଆଖିରେ ଅଶ୍ରୁ ନୁହେଁ ଶ୍ରାବଣୀ

ବର୍ଷାର ଟୋପି ବାରିଦ ବାରିଣି

କାହିଁକି ଲୁହରେ ଭିଜେ ଧରଣୀ?

ଆଖିରେ ପାଣି ଅଶ୍ରୁ

ବର୍ଷା ପାଣି ଆସୁ ଆସୁ

କାଗଜ ନାଆ ବାହି ମନ କିଆଁ ତୋଷୁ?

ପିଲାଦିନ ମିଠା

କଁୟାଁ ଲାଗେ ଖଟା

ଯୌବନେ କିଆଁ ହଟହଟା?

ପିତା ମାତା ଗୁରୁ ଶ୍ରେଷ୍ଠ

ଦେଶେ ଭାରତ ବର୍ଷ ଶ୍ରେଷ୍ଠ

ସୃଷ୍ଟିର ମହାତ୍ମ୍ୟରେ କାହିଁ ଅସ୍ପଷ୍ଟ??

ତୁ ମୁଁ ସେ ଅସନ୍ତୁଷ୍ଟ

ପାଇବାକୁ ଅଭିଷ୍ଟ

କାମନାର ବିନାସରେ କୁଆଡେ

ଯାଏ ଦୁଃଖ ରୋଗ ଋଣ କଷ୍ଟ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract