STORYMIRROR

Sanjya Tripathy

Classics

3  

Sanjya Tripathy

Classics

ପ୍ରଶ୍ନ ପ୍ରଶ୍ନରେ କବିତା

ପ୍ରଶ୍ନ ପ୍ରଶ୍ନରେ କବିତା

1 min
220


ଅତ୍ୟାଚାରର ଅନ୍ଧଗଳିରୁ ନିକୃତି କାହିଁ ?

ଅଜ୍ଞାନର ଅହଂକାରରରୁ କାଗୃତି କାହିଁ ?

ହୃଦୟର ବିଭାଜନରୁ ବିରାପ କାହିଁ ?

ଆତଙ୍କର ଆସ୍ତରଣରୁ ନିରୋଧ କାହିଁ ?

ଆରକ୍ଷଣର ଅର୍ଗଳୀରୁ ନିପ୍ରୀତି କାହିଁ ?

ଦାରିଦ୍ରଣ କଷାଘାତରୁ ନିସ୍ତାର କାହିଁ ?

ବୈଷମ୍ୟର ବିସ୍ତୃତ ବେଳାଭୂମିରେ ମିଳେଇ ଯାଉଛି

ପରମ୍ପରା ଓ ଐତିହ୍ୟର ସୁଦୂରପରାହତ ବାସ୍ତବିକତା

ଘୁଣଧରା ବ୍ୟବସ୍ଥାର ଅପରିବର୍ଭନୀୟ ମାନସିକତା ।

ଜୀବନ- ଜଡ଼ବତ୍ ପଡ଼ିରହିଛି ।

ଜରଦ୍ୱାଗବର ଅସମାହିତ ପ୍ରଶ୍ନବାଚୀରେ

ଯକ୍ଷପ୍ରଶ୍ନର ପ୍ରଚ୍ଛନ୍ନ ପ୍ରହେଳିକାରେ

ବେଦନାସିତ, ଅବସାଦଗ୍ରସ୍ତ ଟ୍ୟୁତାଧାରାରେ

ଏ ଚକ୍ରବ୍ୟୁହରୁ ଉଦ୍ଧରିବ କିଏ

କେବେ ଆସିବେ ସେ ଯୁଗ ପୁରୁଷ

ସନ୍ତୁଳିତ ସଞ୍ଜିବନୀ ଓ ପ୍ରାଣପ୍ରାଚୁର୍ଯ୍ୟର ବିଶଲ୍ୟକରଣୀର

ଲକ୍ଷ୍ମଣ ଶକ୍ତିଭେଦ ଓ ଅଭିମନ୍ୟୁ ଆସନ୍ତି ମୃତ୍ୟୁକୁ

ପରାହତ କରି

ବିଶ୍ବବ୍ରହ୍ମାଣ୍ଡର କୋଣେ ଅନୁକୋଣେ ଭରିଦେବେ

ନୈତିକ ମୂଲ୍ୟବୋଧ ଓ ମାନବବାଦର ସଂପ୍ରସାରିତ ସୁରଭି ।

ଐକ୍ୟବଦ୍ଧ, ନିଷ୍ଠାପର ଉଦ୍ୟମର ମଧୁମନ୍ତରେ ହରିନେବେ

ପଥକ୍ୟୁତ ଶ୍ରମିକର ସମସ୍ତ ବେଦନା

ଜୀବନ ଯାତ୍ରାର ପ୍ରତିଟି ମୁହୂର୍ତ୍ତର ମୂକସାକ୍ଷୀ

ସେ ପରମପୁରୁଷ ଆଣିଦେବେ ପ୍ରଶାରିର ସ୍ପର୍ଶକାତର

ପ୍ରଲେପ

ସମସ୍ତ ଘାତ ପ୍ରତିଘାତ ଝଡ଼ଝଞ୍ଜାକୁ ସାମ୍ନା କରିବେ

ଅଭିଯାତ୍ରୀର ଅପ୍ରତିହତ ଇଚ୍ଛାଶକତି ନେଇ

ଏବେ କବିଙ୍କଠାରେ ଅନୁରଣିତ ହେବ

ସମୃଦ୍ଧି ଓ ସାମ୍ୟବାଦର ସମାନ୍ତରାଳ

ସଂଗୀତ

ସାମାଜିକ ସଂସ୍କାରର ସୁଷମ ସୌରଭ

ସହାବସ୍ଥାନ ଓ ସମନ୍ବୟର ସୁମଧୁର ସ୍ଵପ୍ନ

ସଂପର୍କର ସଚେତନ, ସୃଜନଶୀଳ ସମ୍ଭାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics