STORYMIRROR

Dr.Sashi Bhushan Mohapatra

Inspirational

4  

Dr.Sashi Bhushan Mohapatra

Inspirational

ପ୍ରଶ୍ନ ଏଠି ଝିଅଟିର

ପ୍ରଶ୍ନ ଏଠି ଝିଅଟିର

1 min
362


ଝିଅଟିଏର ଜନ୍ମ ଆଉ ମୃତ୍ୟୁ 

କେଉଁ ଗୋଟେ ବଡ଼ କଥା ଯେ 

ସେଥିପାଇଁ ଏତେ କଥା ଏତେ ଚର୍ଚ୍ଚା,

ଝିଅ,ପତ୍ନୀ ଓ ମା'ହେଵା ତା’ର ଧର୍ମ ଆଉ କର୍ମ 

ଆମର ମଧ୍ୟ ଲୋଡ଼ା,

ସେ କ’ଣ ସମସ୍ତଙ୍କର ମା' ନା ଭଉଣୀ ଯେ 

ତା’ର ମାନ ସମ୍ମାନ ଲୋଡ଼ା 

ତା’ର ଏକମାତ୍ର ଧର୍ମ ସାରା ଜୀବନ 

ଲକ୍ଷ୍ମଣ ରେଖା ଭିତରେ ରହିବା |

 

ଶାସ୍ତ୍ରରେ ଲେଖା ଅଛି 

ସେ ଶକ୍ତିମୟୀ, ଅନନ୍ତ ଶକ୍ତିର ଆଧାର 

ପ୍ରାଣମୟୀ ଜୀବଶକ୍ତିଟିଏ ସକାଳ ଜୀବନର 

ପ୍ରେମମୟୀ ମା'ଟିଏ ମମତାର,

ଏତେ ପରିଚୟଥାଇ ମଧ୍ୟ 

ସେ ନିର୍ଯାତିତା, ନିଷ୍ପେସିତା ଦାସୀଟିଏ 

ନହେଲେ ଖେଳଣାଟିଏ ଯୌନ କ୍ରୀଡ଼ାର |

 

ଏପଟେ ପୂଜା ହୁଏ ତା’ର ଦେବୀ ରୂପ 

ମାଆ ମାଆ ବୋଲି ହୁରି ପଡ଼େ

ମା' ଦୟାକର, ଶକ୍ତି ଦିଅ, ଆଶିଷ ଦିଅ 

ମାୟାରେ ମୋହିଦିଅ ସମସ୍ତଙ୍କୁ ଚିରକାଳ,

ଅଥଚ ତା’ ବେଦୀର ସେପଟେ ମହିଷାସୁରର ବଂଶଧର 

ଲହ ଲହ ଜିଭ କାଢ଼ି ସାଜିଛନ୍ତି ମୃତ୍ୟୁର ସୌଦାଗର |

 

ଜଗତ ଜନନୀ ରୂପର ପ୍ରତିକଟିଏ ଝିଅ

ତାହା କେବଳ କାମନା ଚରିତାର୍ଥ ପାଇଁ ନୁହେଁ 

ଜୀବନ ସର୍ଜନା କରିବା ପାଇଁ 

ତା’ର ଏ ସ୍ତ୍ରୀଂଲିଙ୍ଗ ରୂପୀ ଦେହ 

ତାହା ଝିଅର, ଭଗିନୀର, ଜାୟାର ଓ ମା'ର

ଅଥଚ ଏ ମଣିଷ ବୁଝୁନି କେମିତି 

ଖାଲି ସୁଖ ଖୋଜୁଛି ଦେହ ଆଉ ଦେହର|

 

ଦେହର ରୂପରେ ଦାରୁଟିଏ ତା' ଦେହ 

ଆକାରରେ ସମସ୍ତଙ୍କ ଦେହ ଭଳି 

ତା' ଭିତରେ ଆତ୍ମାଟିଏ ବ୍ରହ୍ମଟିଏ

ବାରମ୍ବାର ହୁଏ ନବ କଳେବର,

ଦେହର କ୍ଷୁଧାରୁ ମୁକ୍ତ ହେଲେ 

ସେ ଦେହରେ ଦର୍ଶନ ହୁଏ ଭୁବନମୋହିନୀ ମା'ଦେହ 

ମା'କୁ ଆବାହନ କରିବା ବଡ଼ କଥା ନୁହେଁ 

ବଡ଼ କଥା ଝିଅଟିଏର ସମ୍ମାନର ପ୍ରଶ୍ନ 

ଯେ କି ଅବ୍ୟକ୍ତ ରୂପର ବ୍ୟକ୍ତ ରୂପ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational