ପ୍ରଣୟର ଲହର
ପ୍ରଣୟର ଲହର
କହି ଜାଣିଲେ କଥା ସୁନ୍ଦର,
ଗଢ଼ି ଜାଣିଲେ ଘର ସୁନ୍ଦର,
ଦୃଷ୍ଟି ଜାଣିଲେ ରୂପ ସୁନ୍ଦର,
ବୁଝି ପାରିଲେ ମନ ସୁନ୍ଦର |୧|
ମୁଁ ହେଲି ତୁମ ପୁରନ୍ଦର,
ମୁଁ ହେଲି ତୁମ ଇନ୍ଦିବର,
ତୁମେ ମୋ ଅତି ନିଜର,
ଅପୂର୍ବ ଯେ ତୁମ ଶୃଙ୍ଗାର |୨|
ତୁମ ଚିନ୍ତାରେ ଯାଏ ଅଷ୍ଟପ୍ରହର,
ତୁମେ ସଦା ହେଲ ମୋ ଗୁମର,
ତୁମେ ଆଣିଲ ପ୍ରଣୟର ଲହର,
ତୁମ ଲାଗି କରୁଛି ଏବେ ଜାଗର |୩|
ମୋ ମାନସ ହେଲା କମନୀୟ କୁଟୀର,
ମୋତେ କରିଲ ତୁମେ ଏକ ଚିତ୍ରକାର,
ମୁଁ ହୋଇଗଲି ପୁଷ୍ପ ଉଆଁରେ ଭ୍ରମର,
ସାଜିଛି ତୁମ ପାଇଁ ଏକ ପ୍ରେମ ମନ୍ଦିର |୪|