STORYMIRROR

Hrushikesh Satpathy

Inspirational Others

3  

Hrushikesh Satpathy

Inspirational Others

ପ୍ରଣୟ

ପ୍ରଣୟ

1 min
14.4K


ପ୍ରଣୟକୁ ନେଇ ବିତର୍କ କାହିଁକି

ପ୍ରଣୟ ପ୍ରାଣର ପୁଣ୍ୟ ସ୍ପନ୍ଦନ।

ପ୍ରଣୟ ଭିତରେ ମଣିଷ ଖୋଜଇ

ସୃଷ୍ଟି ଓ ସ୍ରଷ୍ଟାର ମହା ମିଳନ।

 ସୂରୁଯ ପୃଥିବୀ ପ୍ରଣୟ ଡୋରୀରେ

ବାଣ୍ଟୁଛନ୍ତି ପ୍ରୀତି ଅପରାଜିତା।

ମୃଣ୍ମୟୀ ମମତା ମାଆର ହୃଦୟ

ପ୍ରଣୟରେ ହୁଏ ସରଗ ସୂତା।

 ମାଆର ମମତା ପ୍ରଣୟରେ ଭରା

ଭଗିନୀ ପ୍ରଣୟ ଅମୃତ ଭ୍ରୁଣ।

ବନ୍ଧୁ ବି ପ୍ରଣୟୀ ମନ ତା'ମୃଣ୍ମୟୀ

ଭରିଛି ଅପାର ସେନେହ ଗୁଣ।

 ପାପୀର ଆଖିରେ ପ୍ରଣୟ ଦିଶଇ

କଳଙ୍କ ବେଷ୍ଟିତ ପାପ ପସରା।

ନିନ୍ଦୁକ ନିଜର ନିନ୍ଦା ବଜାରରେ

ମେଲାଇ ଦିଏ ତା'ନିନ୍ଦା ଅସରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational