ପରନିନ୍ଦା
ପରନିନ୍ଦା


ଯଦି ମୁଁ କାହାର ମନ୍ଦ ଚିନ୍ତାକରେ କ୍ଷତିହୁଏ ବେଶି ମୋର,
କାହାର ମଙ୍ଗଳ କାମନା କରିଲେ ଲାଭମିଳେ ବାରବାର |
ପରନିନ୍ଦା କରି ଘୃଣାପାଏ ମୁହିଁ ଛିଦ୍ର ଖୋଜୁଥିଲେ ବସି,
ମୋର ଛିଦ୍ର ଯେତେ ଦେଖି ମୋର ବନ୍ଧୁ ମଜାରେ ଦିଅନ୍ତି ହସି |
ଆଉ କାହାଦୋଷ ଦେଖାଇ ଦେବାକୁ ମନକୁ କରିଲେ ଆଣ୍ଟ,
ନିଜର ଦୋଷଟା ଜଳଜଳ ହେଇ ଦିଶେ ହଜିଯାଏ ବାଟ |
ପର ଉପକାର ଚିନ୍ତା କରୁକରୁ ନିଜର ମଙ୍ଗଳ ହୁଏ,
କାହାର ପ୍ରଶଂସା କରିଦେଲେ ଥରେ ମୋର ମାନ ବଢିଯାଏ |
କାହାକୁ ଟିକିଏ ସାହାଯ୍ୟ କରିଲେ ବହୁତ ମିଳୁଛି ମୋତେ,
ସବୁ ଜାଣିଜାଣି ହୁଏ ମୁଁ ଅଜଣା ଯେତେ କୋଡ଼େ ସେତେ ମାଡ଼େ |