STORYMIRROR

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ପରଂବ୍ରହ୍ମ ନାଉରୀ

ପରଂବ୍ରହ୍ମ ନାଉରୀ

1 min
190


ଜୀବନରେ ସୁଖ ଦୁଃଖ ଯାଉ ବା ନଯାଉ

ଥାଉ ଦିବ୍ୟ ଚେତନା ଭରି

ଲୁହ ଆଉ ଲହୁ ଥାଉକି ନଥାଉ ମୋ ପାଶେ

ମୁଗ୍ଧ ହୁଏ ଖାଲି ତୁମକୁ ଝୁରି

ଶୋଷ ଅବଶୋଷ ଆସୁ ନଆସୁ ଜୀବନେ

ଓଁ ଭଜୁଥାଏ ତୁମକୁ ସ୍ମରି

ଗତି ଅବା ମୁକ୍ତି ମିଳୁ କି ନମିଳୁ ଜୀବନେ

ଫଗୁଣ ଶ୍ରାବଣ ଅଶ୍ରୁ ଭରି

ଜପ ଅବା ତପ କରେ ବା ନକରେ ହୃଦେ

ହେଉଥାଏ ତୁମକୁ ଝୁରି

ଶହେଆଠ ବେଲପତ୍ର ତୋଳେ ନତୋଳେ

ରହିଥାଅ ହରି ପାର୍ଶ୍ଵ ଆବୋରି

ତୁଳସୀମାଳ ମୁଁ ଗୁନ୍ଥି ପିନ୍ଧାଏ ବା ନପିନ୍ଧାଏ

ନୟନେ ତୃଷ୍ଣା ରହୁ ଭରି

ମୋକ୍ଷ ମତେ ପ୍ରଭୁ ମତେ ମିଳୁ ବା ନମିଳୁ

ଛାଇଟିଏ ହୋଇ ରୁହ ପାଖେ ମୋହରି

ଚନ୍ଦନ ଧୂପ ଦୀପ ଝୁଣା ଦେଇନପାରିଲେ

ଛାଡି ଯିବ ନାହିଁ ପାଶୁ ମୋ ହରି

ଦିଏ କି ନଦିଏ ତୁଳସୀ ଅଗରୁ ପୂର୍ଣ୍ଣକଳସୀ

ଦିବ୍ୟ ଅନୁଭବ ହେଉ ମୋହରି

ପାପ ପୁଣ୍ୟ କିଛି ବୁଝେ କି ନବୁଝେ ମନେ

 ଜୀବନ ନିଅ ବାହୁ ପ୍ରସାରି

ପରଂବ୍ରହ୍ମ ତୁମେ ଅନାଦି ଅନନ୍ତ କାଳଦର୍ଶୀ

ଶେଷ ପାହାଚରେ ପାଦତଳେ ଯାନ୍ତି ଝରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action