STORYMIRROR

Raja Sekhar CH V

Abstract Drama Action

3  

Raja Sekhar CH V

Abstract Drama Action

ପରମପୂଜ୍ୟ ପୀତବାସ

ପରମପୂଜ୍ୟ ପୀତବାସ

1 min
99

ପତିତପାବନ ହେଉଛନ୍ତି ଆମର ଚକାଡୋଳା ଚକାନୟନ,

ତାଙ୍କରି ଡୋରିରେ ସୁରକ୍ଷିତ ରହିବ ଆମ ଜୀବନ୍ତ ଜୀବନ,

ଶ୍ରୀନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗଜ୍ଜନଙ୍କର ଜଗଜ୍ଜୀବନ,

ଅନ୍ତରଙ୍ଗରୁ ସଞ୍ଜ ସକାଳେ ପୂଜନୀୟ ପୁରୁଷୋତ୍ତମଙ୍କୁ ବନ୍ଦନ ।୧।


ନାଥ କରିଛନ୍ତି ଆମ ମନ ସହ ଅକାଟ୍ୟ ବନ୍ଧନ,

ଆମ ମାନସରେ ବିସ୍ତାର କରନ୍ତି ଅମୃତ ବଚନ,

ନିଜ ନୀତିସଙ୍ଗତ ଆଚରଣରୁ ଶିଖାନ୍ତି ଅନୁଶାସନ,

ଆମ ମନନ ନମନକୁ ସ୍ୱୀକାର କରନ୍ତୁ କଳାବଦନ ।୨।


ପରମପୂଜ୍ୟ ପୀତବାସ ପସନ୍ଦ କରନ୍ତି ପୀତ ବସନ,

ଚନ୍ଦନ ଲେପନକୁ ବହୁ ଭଲ ପାଆନ୍ତି ମଦନମୋହନ,

ଶ୍ରୀନାଥଙ୍କ ବିଭିନ୍ନ ବେଶର ଦର୍ଶନରୁ ସ୍ପନ୍ଦିତ ହୁଏ ମନ,

ବହୁଜ୍ଞ ସର୍ବଜ୍ଞ ସର୍ବେଶ୍ୱର ସତତହେଉଛନ୍ତି ସର୍ବଜନୀନ ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract