ପରମବୈଷ୍ଣବୀ
ପରମବୈଷ୍ଣବୀ
କଲ୍ୟାଣମୟୀ ମା ଜଗତ ଜନନୀ
ମୃତ୍ୟୁ ଲୋକକୁ ଆସିବେ,
ପୁଲ କାଶତଣ୍ଡୀ ସୁଶୋଭିତ ଯହିଁ
ସ୍ବାଗତମ୍ କରୁଥିବେ।
ନଦୀ କୁଳ ଦିଶେ ଅତି ମନୋରମ
ଫୁଲ କାଶତଣ୍ଡୀ ଦିଶେ,
ଧବଳ ଦିଶେଟି ଫୁଲ ମାଳମଳ
ବିଲେ କାଶତଣ୍ଡୀ ଦିଶେ।
ଆଶ୍ବିନର ମାସେ ସଜ୍ଜିତ ହେଉଛି
ଦଶଭୂଜା ଆଗମନେ,
ସରସ ସୁନ୍ଦର ଦିଶୁ ଅଛି ଧରା
ଶାରଦାଙ୍କର ପୂଜନେ।
ଯହିଁ ଧରାବାସୀ ଅତି ଆନନ୍ଦିତ
କରିବେ ସ୍ପର୍ଶ ଚରଣ,
କରିବେ କଲ୍ୟାଣ ଜଗତ ଜନନୀ
ଏହୁତ ଭକ୍ତି ପାର୍ବଣ।
ବ୍ରହ୍ମମୟୀ ସେହୁ ଶକ୍ତିରୂପା ଦେବୀ
ସଜ୍ଜିତ ହୁଏ ପେଣ୍ଡାଲ,
ଗାଁଠୁ ସହର ଅତି ଚଳଚଞ୍ଚଳ
ଜନମନ ଅତି ପ୍ରଫୁଲ୍ଲ।
ସିଂହ ବାହିନୀ ସେ ସିଂହରେ ଚଢିଣ
ଆସିବେଟି ଧରା ଧାମେ
ଅଟେ ଶୁକ୍ଳପକ୍ଷ ଆଶ୍ବିନ ମାସ ଟି
ଶାରଦା ପୂଜାର କର୍ମେ।
ଭାବବିହ୍ବଲ ଟି ଭକ୍ତିରେ ତାଙ୍କର
ହେଉଥିବେ ଧରାବାସୀ,
ଘଣ୍ଟା ଝାଞ୍ଜ ଶଙ୍ଖ ବାଜୁ ଥିବ ତହିଁ
ଭକ୍ତିଭାବେ ଥିବେ ବସି।
ଭଜନ କୀର୍ତ୍ତନ ହୁଳହୁଳି ତହିଁ
ପଡୁ ଥିବ ନିରନ୍ତରେ,
ସିଂହାସନେଥିବେ ବିରାଜମାନଟି
ଶ୍ଲୋକର ଚଣ୍ଡୀ ପାଠରେ।
ହେବ ପ୍ରକମ୍ପିତ ସର୍ବଭୂତେଷୁରେ
ନୈବେଦ୍ୟ ଟି ଲାଗୁ ଥିବ,
ହେବ ମୁଖରିତ ଶକ୍ତିପୀଠ ତହିଁ
ଦୁର୍ଗା ଦୁର୍ଗା ଗୁଞ୍ଜୁ ଥିବ।
ଦୁଷ୍ଟ ସଂହାରିଣୀ ପାଳନକର୍ତ୍ତ୍ରୀ ସେ
ଶାନ୍ତି ମୁକ୍ତି ପ୍ରଦାୟନୀ
ମଙ୍ଗଳକାରିଣୀ ଅଭୟ ଦାୟିନୀ
ଶାରଦା ଶକ୍ତିଦାୟିନୀ।
ରାଜଶ୍ରୀ ମତରେ ଜିତୁଆରୁ ପୂଜ
ଦେବୀଙ୍କ ଷୋହଳ ପୂଜା,
ଖଣ୍ଡାୟତଙ୍କର ସନ୍ଧି ମହାମେରୁ
ଅଷ୍ଟମୀ ରାତ୍ରରେ ପୂଜ।
ଭକ୍ତିର ପାର୍ବଣ ଆନନ୍ଦିତେ ଧରା
ପ୍ରଫୁଲ୍ଲ ଟି ଜନଜନ,
ଶକ୍ତିରୂପା ଦୁର୍ଗା ଆସିବେ ଧରକୁ
ହେବରେ ଭକ୍ତିଗୁଞ୍ଜନ।
