STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ପ୍ରମାଣିତ ଯୁଗ ଯୁଗରେ

ପ୍ରମାଣିତ ଯୁଗ ଯୁଗରେ

1 min
252


କଥାରେ କଥାରେ ପୁରୁଷ କୁହନ୍ତି

       ସ୍ତ୍ରୀ ଦୁଃଖ ଦେଇଥାଏ

ମୁରୁଖ ମଣିଷ ଜାଣି ପାରେ ନାହିଁ

    ଦୁଃଖ ବେଳେ ସ୍ତ୍ରୀ ଥାଏ...


ସ୍ବାମୀର ମଙ୍ଗଳ ନୀତି ପାଞ୍ଚୁଥାଏ

       ପୂଜା ବିଧି ନୀତିକରି

ଓଷା ବ୍ରତ ପୁଣି କେତେ କରିଥାଏ

       ଜୀବନ ଉତ୍ସର୍ଗ କରି


ହାତ ବଢ଼େଇଲେ କେତେ ଯେ ମିଳିବେ

          ଭାଇ ବନ୍ଧୁ ସହଦୋର

ସବୁ ଚାଲିଯିବେ ଯେ ଜାହାବାଟରେ

         ସ୍ତ୍ରୀ ଥାଏ ନିରନ୍ତର...


ଦୁଃଖ ଆଉ ସୁଖ ଅଧାନିଏ ବୋଲି

       ତାର ନାମ ଅର୍ଦ୍ଧାଙ୍ଗିନୀ

ସ୍ତ୍ରୀ ହିଁ ସ୍ପନ୍ଦନ ସ୍ତ୍ରୀ ହିଁ ଜୀବନ

        ସ୍ତ୍ରୀ ହିଁ ମନମୋହିନୀ..


ସ୍ତ୍ରୀ ବିନା ଯେ ଜୀବନ ଅଧୁରା

      ଜୀବନ ର ରଙ୍ଗମଞ୍ଚରେ

ଜୀବନପଥ ଟା ସୁଗମ ହୁଏ

    ସ୍ତ୍ରୀ ଥିଲେ ନିଜ ସାଥୀରେ..


ସଫଳତା ପଛେ ସ୍ତ୍ରୀ ରହିଥାଏ 

     ଲେଖା ହୋଇଅଛି ଗୀତାରେ

ସ୍ୱାମୀ ସ୍ତ୍ରୀ ସମ୍ପର୍କ ଶାଶ୍ୱତ ସୁନ୍ଦର

          ପ୍ରମାଣିତ ଯୁଗ ଯୁଗରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational