ପ୍ରମାଣ ମୁହିଁ
ପ୍ରମାଣ ମୁହିଁ
ଯାହା ବି କରନ୍ତି ଈଶ୍ଵର କେବଳ ଆମରି ମଙ୍ଗଳ ପାଇଁ,
ଗରିବ ଦୁଃଖୀ ଯେ ଈଶ୍ଵରଙ୍କ ପ୍ରିୟ ଏହାର ପ୍ରମାଣ ମୁହିଁ ।
ଗରିବ ଘରେ ମୁଁ ଜନମ ହେବାରୁ ତେଣୁ ହେଲି ଭାଗ୍ୟବାନ,
ଅଭାବ କଷଣ ପଡ଼ିବାରୁ ସିନା ଖୋଜିହେଲି ଭଗବାନ ।
ପିଲାଟି ଦିନରୁ ବାପା ମରିଗଲେ ଜଗନ୍ନାଥ ହେଲେ ପିତା,
ନ ଥିଲା ପଇସା ବହି କିଣିବାକୁ ନଥିଲା ଚପଲ ଛତା ।
ନଥିବାରୁ ବହି ପଢିବାକୁ ମୋର ମନହୁଏ ହାଇଁପାଇଁ,
ସେହି ବ୍ୟାକୁଳତା ଦେଲା ସଫଳତା ଆସିଲି ମୁଁ ଡିଗ୍ରୀ ପାଇ ।
କଲେଜକୁ ସିନା ଯାଇ ପାରିଲିନି ପାଇଲି କଳା-ଭୂଷଣ, (ଡକ୍ଟର)
ବିଶ୍ଵବିଦ୍ୟାଳୟ ସ୍ଵୀକୃତି ଦେଇଛି, କରିବି ମାର୍ଗ ଦର୍ଶନ ।
ସରସ୍ୱତୀ ମାତା କଣ୍ଠେ ବସିବାରୁ ଲେଖୁଛି କାବ୍ୟ-କବିତା,
ଉପନ୍ୟାସ ପାଇଁ ଜାତୀୟ ସ୍ତରରେ ହେଲି ସମ୍ମାନ ବିଜେତା ।
ସୁଆଦିଆ ଚିଜପାଇ ନ ଥିଲି ମୁଁ ଅଭାବ କଷଣ ପାଇଁ,
ଏବେ ମୁହିଁ ସୁସ୍ଥ ରହିଛି ସୁଖରେ ପାରୁଛି ମୁଁ ସବୁ ଖାଇ ।
