STORYMIRROR

Rojalin Mishra

Fantasy Inspirational

3  

Rojalin Mishra

Fantasy Inspirational

ପ୍ରକୃତିର ପଥେ ପଥେ:ରୂପାନ୍ତର

ପ୍ରକୃତିର ପଥେ ପଥେ:ରୂପାନ୍ତର

1 min
11.9K

ବାଳ ସୂର୍ଯ୍ୟର ଆଗମନେ

ଝଲମଲ ଶିିିିଶିର ବିନ୍ଦୁ,

ଅଫୁରନ୍ତ ହସର ପସରା ମେଳେ

ଅସରନ୍ତି ଅନୁରାଗର ଅଗାଧ ସିିନ୍ଧୁ।।

ଆଶ୍ବିିିନର କାଶତଣ୍ଡୀ ଧଳା ଚାଦର

ସ୍ୱାଗତ କରେ ଆଶାଭରା ରଶ୍ମି ଗୁଚ୍ଛକୁ,

ବସନ୍ତର ସବୁଜ ଉତଫୁଲ୍ଲିତ ବୃକ୍ଷ 

ବିଭୋର ମଣ୍ଡିତ କରେ ସମଗ୍ର ଜଗତକୁ।।

ନୀଳାଭ ଆକାଶ ତଳେ

ଅଧୀର ପଥିକର ସୁଦୀର୍ଘ ଯାତ୍ରା

ଯା'ର ନାହିଁ ପରିସମାପ୍ତି,

ପୂର୍ଣ୍ଣ ବିଶ୍ରାନ୍ତ ନିର୍ବାକ୍ ପାହାଡ଼ ଦର୍ଶକ ସାଜି

ଦେଖେ ଦୁୁନିଆର ଏ ରୀତି ନୀତି।।

ଆକାଶକୁୁ ଆଁ କରି

ଚାହିଁ ରହିଥିବା ଧୂସର ରାଜପଥ

ଖୋଜେ ଆଜି ସବୁଜ ବନ୍ଧନ,

ଚାଲୁ ଚାଲୁ ଅଟକି ଯାଏ

କର୍ତ୍ତବ୍ୟ ଚଞ୍ଚଳିତ ପାଦ

ଶୁଣି, ଦୁର୍ଜନଙ୍କ ଦୁନିର୍ବାର ଆମନ୍ତ୍ରଣ।।

ମିଛ ମରୀଚିକା ପଛେ 

ହେବାକି ଗୋଡ଼ାଇ

ହୋଇ ଅଲକ୍ଷ୍ୟ ପଥର ପଥିକ,

ସ୍ୱାର୍ଥହୀନ ହୋଇ ଜୀବନ ବଞ୍ଚିଲେ

ଫେରି ଆସିବ ପୁଣିଥରେ 

ପ୍ରକୃୃୃୃତି ଗର୍ଭରୁ ଦିବ୍ୟ ମହକ।।


Rate this content
Log in

Similar oriya poem from Fantasy