STORYMIRROR

Shibanand Banchhor

Inspirational

3  

Shibanand Banchhor

Inspirational

ପ୍ରକୃତିର କୋହ

ପ୍ରକୃତିର କୋହ

1 min
14.5K


କାନ୍ଦୁଅଛି ଆଜି ପ୍ରକୃତି ରାଣୀ ମୁଁ

ଦୁଃଖେ ଜର୍ଜରିତ ହୋଇ

ବକ୍ଷ ମୋର ଆଜି କ୍ଷତେ ବିଚ୍ଛୁରିତ

ଶକ୍ତ ଆଘାତ ଯେ ପାଇ ।।

ସୁନ୍ଦର ଥିଲା ମୋ ସମଗ୍ର ଶରୀର

ନା ନା ବୃକ୍ଷେ ଶୋଭୁଥାଇ

ହେଲେ ଆଜି ତାହା ମରୁ ପାଲଟିଛି

ସବୁ ଯାଇଅଛି ହଜି ।।

ମୋହର କାନନେ ଫୁଟୁଥିଲା ଦିନେ

କେତେ ଯୁଇ ଜାଇ ହେନା

ଆଜି ଫୁଟୁ ନାହିଁ ଗୋଟିଏ କୁସୁମ

ପଡିଅଛି ଛିଣ୍ଡା କନା ।।

ଶୁଦ୍ଧ ସ୍ପଟିକ ଯେ ପବିତ୍ର ମୋ ନୀର

ଗରଳ ସାଜିଛି ଆଜି

ସର୍ବଦା ଶ୍ୟାମଳା ଉର୍ବର ମାଟି ମୋ

କାନ୍ଦେ ବିଷାକ୍ତ ତ ସାଜି ।।

ସୁନାର ଫସଲ ବଢି ଉଠୁଥିଲା

ମୋହର ଶରୀରର ମଧ୍ୟେ

ଆଜି ତ ଫସଲ ଫଳୁ ନାହିଁ ବୋଲି

ହୃଦୟ ଯେ ସଦା କାନ୍ଦେ ।।

ଶୁଦ୍ଧ ମଳୟ ମୋ ବହୁଥିଲା ଦିନେ

ଅତି ପୁଲକିତ ମନେ

ହେଲେ ଆଜି ତାକୁ ପ୍ରଦୂଷିତ କଲା

କଳ କାରଖାନା ମାନେ ।।

ସ୍ଵଚ୍ଛତା ଶିରୀରେ ଝଟକୁଥିଲା ଦିନେ

ସମଗ୍ର ମୋହର ତନ

ହେଲେ ଆଜି ତାହା ଅସ୍ଵଚ୍ଛ ଅଟଇ

ପଡି ବର୍ଜ୍ୟ ବସ୍ତୁ ମାନ ।।

ମୋହର କୋହକୁ ଚାପିଅଛି ରଖି

କାହାକୁ ପାରୁନି କହି

ବେଳ ଥାଉ ଥାଉ ନ ଚିନ୍ତଲେ କେହି

ଆଉ ପାରିବେନି ରହି ।।

ମୋହର ବିହୁନେ ସମଗ୍ର ପୃଥିବୀ

ମରୁ ପାଲଟିବ ଦିନେ

ମୋହର ଧ୍ଵଂସରେ ଜୀବେ ନାଶ ଯିବେ

ଆଉ ନ ରହିବେ ଜଣେ ।

Shibanand Banchhor


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational