STORYMIRROR

linki barik

Inspirational Others

4  

linki barik

Inspirational Others

ପ୍ରକୃତିର ଆର୍ତ୍ତନାଦ

ପ୍ରକୃତିର ଆର୍ତ୍ତନାଦ

1 min
242

ସଂହାର ସାଜିଛି ଆଜି ମନୁଷ୍ୟ କୃତ୍ୟେ

ସଂୟମନ କରିବ ମଣିଛି ମନେ

ସଂହାରକ ସାଜି ସେ ରଚିବ ନୃତ୍ୟ

ଧ୍ଵଂସକ୍ରିଯା କଲାଣି ପ୍ରକୃତି ତାଣ୍ଡବ।


ପ୍ରଯଳକାଳ ଅଇଲା କି ଆଉ,

ସଂହାର ମୂର୍ତ୍ତି ସାଜିଲା କି ଦାଉ

ସଂହରଣ କରି ସ୍ନେହ ଆଦର

ପ୍ରକୃତି ସାଜିଛି ନିଷ୍ଠୁର ପର,

ସନ୍ତାପ ସାଜେ ଆଜି ଈଶ୍ୱର ସର୍ତ୍ତା

ମନସ୍ତାପ ମର୍ମପୀଡ଼ାରେ ଦିଏ ସେ ବ୍ୟଥା।


ପରିତାପେ ଅନୁତାପେ ଆଜି ମନୁଜ ମନ

ପ୍ରକୃତି ସାଜିଛି କାଳଭୈରବ,

ଆଉ କେ ଶୁଣିବ ବ୍ୟାକୁଳ କ୍ରନ୍ଦନ ।


ସନ୍ତାପେ କାତର ଏ ତନୁ ମନ

ପ୍ରକୃତି କୋଳେ ସ୍ୱାର୍ଥପର ପରାୟଣ,

କରି ପସ୍ତାଉଛି ଆଜି ମହୀମାନବ।


ପ୍ରକୃତି ଗୁଲାଲ ହୋଇଛି ବେରଙ୍ଗୀ,

ତେଜୀ ଉତ୍ତେଜିତ ହୋଇ ସାଜିଛି ଭୈରବୀ।


ବାତି ଚନ୍ଦ୍ର ଥରହର ମନୁଷ୍ୟ କର୍ମବଳେ,

ନିଏ ପ୍ରତିଶୋଧ ପ୍ରକୃତି ସାଜି ବାତିକ କାଳବଳେ।


କ୍ଷଣକେ କାଳବୈଶାଖୀ କ୍ଷଣକେ ବତାସ ଝଡ଼,

ବାତ୍ୟା ବିଚଳିତ ସ୍ଥାନଚ୍ୟୁତ ଆଜି ମଣିଷ ଜୀବନ।


ଗ୍ରୀଷମେ ସତେକି ଉଗ୍ର ପ୍ରକୃତି

ଜାଳି ପୋଡ଼ି ଛାରଖାର କରିଦେଇ ଯିବ,

ଏ ଆଗାର କୁଡିଆ ଅବନୀ ସଂସାର।


ଦାଉ ସାଜେ ପୁଣି ବଢ଼ି ଜଳପ୍ଲାବନ,

ଧୋଇ ଯାଏ କେତେ ଜନ ଜୀବନ।


ଅଦିନିଆ ବର୍ଷା ଦୁଷ୍ଟଚାରୀ,

ତା ସାଙ୍ଗକୁ ଏ ରୋଗ ମହାମାରୀ।


ଅତିଷ୍ଠ ହେଲାଣି ଏପରି ଜୀବନ

ଦୋଦୁଲ୍ୟମାନ ସ୍ଥିତିରେ ମନ ଉପବନ।


ବାତ୍ସଲ୍ୟଭକ୍ତି କର ପ୍ରକୃତିକୁ ହେ ମାନବ ସମାଜ

ପ୍ରକୃତି କୋଳେ ଉନ୍ମେଷ ତୁମର, ପ୍ରକୃତି ହିଆରେ ତୁମ୍ଭେ ପାଇଛ ହେଜ।


ଏଇ ପ୍ରକୃତିରେ ଦିନେ ଯିବ ଲୀନ ହୋଇ,

ତେବେ ଏଇ ପ୍ରକୃତିକୁ କର କୁତ୍ସା କି ପାଇଁ ।


ଅକାଳ କାଳେ ପ୍ରକୃତି ବଳେ

ବିଶ୍ଵ ଆଜି ଇତସ୍ଥତଃ,

ନିରୀହ ମଣିଷ ଏସବୁ ସନ୍ଧିରେ

ଭୟାବହ ଅତିଷ୍ଠ ଚିନ୍ତିତ।


ସଂସ୍କରଣ ଖୋଜେ ପ୍ରକୃତି ଆଜି,

ବିଭୀଷିକା ଆର୍ତ୍ତଚିତ୍କାରେ ଥରି ଉଠେ ଏ ବିଶାଳ ମେଦିନୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational