STORYMIRROR

Sagar Kumar Parida

Abstract

4  

Sagar Kumar Parida

Abstract

ପ୍ରକୃତି

ପ୍ରକୃତି

1 min
233


ପ୍ରକୃତି ରାଣୀର ଶୋଭାହୀନ ଶିରୀ

କେବଳ ମଣିଷ ପାଇଁ,

ମଧୁମୟ ବିଶ୍ୱ ସୁନ୍ଦର ସଂସାରେ

କାନ୍ଦୁଛି ସେ କଇଁ କଇଁ।।

କଳ କାରଖାନା ଦୂଷିତ ପଦାର୍ଥ

ପ୍ରକୃତିକୁ କଲା ଧ୍ବଂସ,

ଜଳ ବାୟୁ ନଭ ପ୍ରଦୂଷିତ ହୋଇ

ଦିଶଇ ବିଚିତ୍ର ଦୃଶ୍ୟ।।

ପ୍ରାକୃତିକ ବିପର୍ଯ୍ୟୟ ଧ୍ବଂସ କରେ

ନଭଶ୍ଚୁମ୍ଵି ଅଟ୍ଟାଳିକା,

ରୋଗ ପ୍ରାଦୁର୍ଭାବ ବଢି ଯିବା ଦେଖି

ମଣିଷ ହେଉଛି ବୋକା।।

ବନ୍ୟ ଜୀବଜନ୍ତୁ ଗ୍ରାମରେ ବୁଲନ୍ତି

ଜଙ୍ଗଲ କ୍ଷୟ ହେବାରୁ,

ଓଜନ ସ୍ତରରେ ରନ୍ଧ୍ର ହୋଇଲାଣି

ରସାୟନ ପ୍ରୟୋଗରୁ।।

ତାପମାତ୍ରା ଆଜି ବଢି ବଢି ଯାଏ

କଂକ୍ରିଟ ଜଙ୍ଗଲ ସୃଷ୍ଟି,

କିଛି ଶସ୍ୟ କ୍ଷେତ୍ରେ କାଶତଣ୍ଡି ହସେ

ଚାଷ କରେ ନାହିଁ ଚାଷି।।

ଛଅଋତୁ ନିଜକ୍ରମ ଅନୁସାରେ

ଆସନ୍ତିନି ଆଉ ଧରା,

ଭୂଗର୍ଭରେ ଜଳସ୍ତର କମିଯାଏ

ଚିନ୍ତାରେ ଦୁନିଆ ସାରା।।

ସନ୍ଧ୍ୟା ଗୋଧୂଳିରେ ନିକଟ ବଣରୁ

ଶୁଭୁନି ଶୃଗାଳ ଡାକ,

କୋଇଲି ବସନ୍ତେ ଡାକୁନାହିଁ ଆଉ

ଲାଗେ ଭାରି ଆଶ୍ଚମ୍ବିତ।।

ପ୍ରକୃତି ଅଙ୍କରୁ ମିଳୁଥିବା ଖାଦ୍ୟ

ସୁଆଦ ଏବେ କମିଛି,

ଜୈବିକ ବଦଳେ ରସାୟନ ଦ୍ୱାରା

ଫସଲ କ୍ଷେତେ ଫଳୁଛି।।

ବିଜ୍ଞାନ ବଳରେ ମାନବ ପ୍ରକୃତି

ପଞ୍ଚତତ୍ତ୍ୱ ସାଥେ ଖେଳେ,

ତା'କୁପରିଣାମରେ ସଭ୍ୟତା

ଧ୍ୱଂସ ପଥେ ରବି ତଳେ।।

ପ୍ରକୃତିର ରକ୍ଷା ଜୀବନ ସୁରକ୍ଷା

କରିବା ଶପଥ ନିଅ,

ଜଳ ସଂରକ୍ଷଣ ବୃକ୍ଷକୁ ଲଗାଇ

ସୁନ୍ଦର ଧରାକୁ ଗଢ଼।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract