ପ୍ରକୃତି
ପ୍ରକୃତି
ମଣିଷ ପ୍ରକୃତି ମଲେ ତୁଟିବ
ଘୁସୁରି ପ୍ରକୃତି ପଙ୍କେ ଲୋଟିବ
ମରି ମରି ଜିଏ ଜିଁଈଛି ଜିବନେ
ମରିବାକୁ ସିଏ କାହୁଁ ଡରିବ
ଯେତେ ଡରାଈଲେ ଯେତେ ବାଡାଈଲେ
ମଣିଷ କି ନିଜ ପ୍ରକୃତି ଛାଡିବ
ଜଗା ଧରିଅଛି ଜଗତ ର ଡୋରି
କାହାକୁ ଟାଣିବ କାହାକୁ ଛାଡିବ
ଅଜଣା ଅପରିଚିତ କୁ ଗୃହେ ଆସ୍ରୟ ଦେଲେ
ଅକାଳରେ ପୁଣି କାଳ ପୁରିବ
ତ୍ରେତୟାରେ ସିନା ଶ୍ରୀରାମ ପାଦ ଷ୍ପସ ପାଇ
ପାଶାଣି ଅହଲ୍ୟା ପାଈ ଥିଲା ମୁକତି
ଏ କଳି ଜୁଗରେ ସାଧୁ ସନ୍ଥ ନାମରେ
ଭଣ୍ଡିବା ଠକିବା ସାର ହୋଈଛି
ଉତ୍ତମ ପାତ୍ର ରେ ଦାନ ଦେବା ପାଈଁ
ଭିକାରି ଅକ୍ଷମ ଚିହ୍ମିବା କଷ୍ଟ ହେଉଛି
ଠାକୁରଙ୍କ ନାମରେ ଭିକ୍ଷା ନେଈ ଭଣ୍ଡ
ବ୍ୟାଙ୍କରେ ଟଙ୍କା ଜମା ରକ୍ଷି କୋରଡପତି ବନୁଛି
ଘୋର କଳି କାଳ ଈଏ ରେ ଭାଈ
ସଠିକ ପାତ୍ର ରେ ଦାନ ଦେବା କଠିନ ଲାଗଈ
ଜଦି ମନ ହୁଏ କେବେ ଦାନ ଦେବାପାଈଁ
ସହୃଦୟେ ସପାତ୍ରେ ଦାନ ଦିଏ ସେଠାଈଁ
