STORYMIRROR

MADHU MITA

Inspirational

3  

MADHU MITA

Inspirational

ପ୍ରକୃତି

ପ୍ରକୃତି

1 min
186


ସୂର୍ଯ୍ୟ ହସୁଛି..

କିନ୍ତୁ ଚନ୍ଦ୍ର ଲୁଚି ଯାଇଛି

ରାତି ସାରା ଆଲୋକିତ କରିବା ପରେ

ସତେକି ଅବା ଥକି ପଡ଼ିଛି..!!

ସୂର୍ଯ୍ୟ ଆଗମନରେ କଣ ସେ ଅସହାୟ ହୋଇ ଯାଇଛି..!

ନା ପ୍ରକୃତ ପ୍ରତାପ ଆଗରେ..ନିଜକୁ ଲୁଚାଇ ଟିକେ ସହଜ ହୋଇ ଯାଇଛି !?


ଚନ୍ଦ୍ର ଦିଶୁଛି..

ନୂଆ ଉଦ୍ଦୀପନା ନେଇ ଆସିଛି..

ହେଲେ ସୂର୍ଯ୍ୟ !

ଅସ୍ତଗାମୀ ପଥରେ ଚନ୍ଦ୍ରକୁ ନିଜ ଔିଜଲ୍ୟ ଦେଇଦେଇଛି ?

ଆଉ ତେଣୁ ବୋଧେ ଚନ୍ଦ୍ର..

କେବଳ ତା ଛାଇ ହୋଇ ରହି ଯାଇଛି ?

କେବଳ ସୁଯୋଗ ଦେବା ପାଇଁ..ସୂର୍ଯ୍ୟ ଟିକେ ଲୁଚିବା ଖେଳ ଖେଳୁଛି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational