STORYMIRROR

Santosh Pattnayak

Inspirational Others

3  

Santosh Pattnayak

Inspirational Others

ପ୍ରକୃତି ବୈଭବ

ପ୍ରକୃତି ବୈଭବ

1 min
317



ଝରଝର ନାଦେ ଝରୁଛି ଝରଣା 

  ଚୁମୁଛି ମେଦିନୀ ଗଣ୍ଡ 

ସତେକି ବାତ୍ସଲ୍ୟ ଭାବ ଚାଲିଅଛି 

   ସର୍ବ ସୁଖ ଛନ୍ତି ରୁଣ୍ଡ  ।

    

ପ୍ରକୃତି ସାଇତା ସମ୍ପତି ଏଇତ

   ଜୀବନ ଅମୃତ ଭାଣ୍ଡ 

ଶୀତଳ ପବନ ମହକାଏ ମନ 

  କ୍ଷଣିକେ ଭାଙ୍ଗେ ଘମଣ୍ଡ ।


ଝମଝମ ନାଦେ ନାଚୁଛି ବନାନୀ 

   ଦେଖି ଦୁଃଖ ହୁଏ ଖଣ୍ଡ

ପ୍ରକୃତି ବିଭବେ ଶାନ୍ତ ମତିଗତି

  ଧନ୍ୟ ବିହି ତୋର କାଣ୍ଡ ।


Rate this content
Log in

Similar oriya poem from Inspirational