STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ପ୍ରକୃତ ହିରୋ....

ପ୍ରକୃତ ହିରୋ....

1 min
474


ସିନେମାରେ ତ ସବୁ ସମ୍ଭବ    

  ହିର ଟିଏ ହୋଇ ପାରିବ

ନିଜେ ନ ମରି ଅତି ସହଜରେ

   ମିଛେ ମାରି ଦେଇ ପାରିବ


ନାଚିବ ଡେଇଁବ ଖୁସି କରିବ

   ସୁଖରେ ସୁଖରେ ରହିବ

ଲୋକମାନଙ୍କୁ ଭେଳିକି ଦେଖେଇ

    ଅଜସ୍ର ଟଙ୍କା ପାଇବ


ପ୍ରକୃତ ହିରୋ ତ ସୀମାନ୍ତରେ ଅଛି

   ଆମକୁ ସୁରକ୍ଷା ଦେଉଛି

ଦୁଃଖରେ କଷ୍ଟରେ ନିଜେ ବଞ୍ଚିରହି

   ଦେଶରେ ଖୁସି ବାଣ୍ଟୁଛି.......


ସୈନିକ ବୋଲି ନାମଟେ ପାଇଛି

    ସୈନିକ ଭଳି ଲଢ଼ୁଛି

ବିପଦେ ଆପଦେ ଆମରି ପାଖରେ

    ବାଘ ଭଳି ଛିଡା ହେଉଛି.....


135 କୋଟି ଲୋକଙ୍କୁ ସୁରକ୍ଷା ଦେଇ

     ଦେଶକୁ ଜଗିବସିଛି

ତେଣୁ କରି ବନ୍ଧୁ ଭାରତୀୟ ଆଜି

    ହସରେ ଖୁସିରେ ରହିଛି


ତାକୁ ଯଦି ଆମେ ହିରୋ ନ କହିବା

    ହିରୋ ବା କାହାକୁ କହିବା

ହିରୋ ନାମଟା ହିଁ ତାହାଙ୍କୁ ପ୍ରଯୁଜ୍ୟ

     ତାଙ୍କ ଗୁଣଗାନ ଗାଇବା...


 ଫିଲ୍ମରେ କେତେ ହିରୋକୁ ଦେଖୁଛେ

     ସବୁଯାକ ମିଛ ହିରୋ

ସତ କଥାଟିଏ କହୁଅଛି ବନ୍ଧୁ

     ସୈନିକ ପ୍ରକୃତ ହିରୋ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational