STORYMIRROR

Prasant Kumar Nath

Abstract

2  

Prasant Kumar Nath

Abstract

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
154

ବନ୍ଧୁ ଅଟେ ସିଏ ବନ୍ଧୁପାଇଁ ଯିଏ

ସହିପାରେ ସବୁ କଷ୍ଟ

ଯେତେ ଘାତ ଅବା ପ୍ରତିଘାତ ଆସୁ

ସମ୍ପର୍କ କରେନି ନଷ୍ଟ


ସୁଖରେ ଦୁଃଖରେ ସାଥି ହୋଇଥାଏ

ବିପଦେ ହୁଅଇ ସାହା

ଅବାଟରେ ଗଲେ ବାଟ ସେ ଦେଖାଏ

ଉଚିତ ଅଟଇ ଯାହା


ବନ୍ଧୁ ସଫଳତା ଦେଖିଦେଲା ପରେ

ହେଉଥିବ ଆତ୍ମହରା

ବିଫଳ ସମୟେ ସାନ୍ତ୍ୱନା ଦେଇସେ

ସାଜିବ ଏକ ସାହାରା


ସାହାଯ୍ୟର ହାତ ବଢ଼ାଉଥିବ ସେ

ଯେତେବେଳେ ଲୋଡ଼ାଥିବ

ବନ୍ଧୁର ହାତରେ ହାତ ରଖି ସିଏ

ବାଟ ସଦା ଚାଲୁଥିବ


ଘୃଣା କରିବନି କେବେ ସେ ବନ୍ଧୁକୁ

କରିବନି କେବେ ଈର୍ଷା

ଛଳନା ନଥିବ ଭଲପାଇବାରେ

ଥିବ ସ୍ନେହ ପ୍ରେମ ବର୍ଷା


ସବୁବେଳେ ତାର ମନେ ରହିଥିବ

ବନ୍ଧୁଟିଏ ସାଥେ ଅଛି

ହସୁ ଅବା ଲୁହ ସାଥିରେ ତାହାର

ଭାଗ ସିଏ କରୁଅଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract