STORYMIRROR

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

ପରକାଳ

ପରକାଳ

1 min
147


ପରକାଳ ସବଳ କି ଦୁର୍ବଳ

ଦର୍ଶାଇ ଏ ଜନ୍ମ କର୍ମଫଳ

ଭୂତ ଭବିଷ୍ୟତ ନିର୍ଣ୍ଣୟ ସମୟ କାଳ

ଗଛରୁ କେତେ ଫଳିବ ଫଳ

ଶୁଭ, ଅଶୁଭ କେତେ ବିଚାର ବେଳ

ଚରଖା ବୁଲୁଛି ସମୟଚକ୍ର ବେଳ ଅବେଳ

ଭାଗ୍ୟକୁ ଦୋଷ ମନ ହତାଶ ହୁଏନା ସକଳ

ଥିଲେ ସୁଦୃଢ କର୍ମଫଳ ବୁଦ୍ଧି କୌଶଳ

ପ୍ରାରବ୍ଧ କର୍ମ ବୋଲାଇ କୌତୁହଳ

ପାପ ପୁଣ୍ୟ ସଂଜ୍ଞା ଜାଣି ମନ ବିକଳ

ନିକିତି ତଉଲ ମଧ୍ୟରେ ସୁଫଳ

କେତେ ଭାଗଶେଷ କେତେ ଭଗଫଳ

ପୂର୍ବଜନ୍ମ କର୍ମଫଳ ପୂଣ୍ୟକାଳ ପରକାଳ

ନିତ୍ୟ ପରମାତ୍ମା ଧ୍ୟାଇ ସଞ୍ଜ ସକାଳ

ଗୁନ୍ଥି ପୂଣ୍ୟ ଫୁଲ ଗଜରା ମାଳ

ଦାନ ପୂଣ୍ୟ କରି ବିଶେଷ ତତ୍କାଳ

ସଞ୍ଚି ସୁଧ ମୂଳ ପାଇଁ ପରକାଳ

ସୁସଙ୍ଗତ ପଙ୍ଗତ ମଧ୍ୟେ ଧରା ବିଶାଳ

ଭଜ ହରିନାମ ପାନ କର ସୁଧା ସକଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract