ପ୍ରିୟତମା
ପ୍ରିୟତମା
ଜୋଛନା ନିଆଁରେ
ଦେହ ସେକୁ ସେକୁ
ନୀଳକଇଁ କହୁଛି ଜହ୍ନକୁ ଚାହିଁ,
ସତ କୁହ ପ୍ରିୟ
ଜୀବନେ ତୁମର
ଅସୁମାରୀ କଇଁ ଅଛନ୍ତି କି ନାହିଁ।
ହସି କହେ ଜହ୍ନ
ଆଗୋ ପ୍ରିୟତମା
ପବିତ୍ର ପ୍ରେମରେ ସନ୍ଦେହ କାହିଁ,
ପରମାତ୍ମା ଏକ
ଜୀବାତ୍ମା ଅନେକ
ବିଶ୍ୱାସରେ ବନ୍ଧା ଅଛନ୍ତି ରହି।

