STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ପ୍ରିୟତମା

ପ୍ରିୟତମା

1 min
270


ସାତଦୀପ ଜାଳି ସାତ ଜନମକୁ କନକ ବେଦୀ ଉପରେ

ହୋମଅଗ୍ନି ଆଉ ବେଦ ମନ୍ତ୍ରପାଠେ ବନ୍ଧୁବାନ୍ଧବ ଗହଳେ ।।


ମଥାରେ ଆଙ୍କିଛି କୁଙ୍କୁମ ର ଗାର ହସ୍ତେ ରତ୍ନଚୁଡି ତୋର

ଦେବତା ସମ୍ମୁଖେ ବେଦମନ୍ତ୍ର ପୂତ ଦର୍ଭେ ହସ୍ତ ତୋର ମୋର

ହସ୍ତଗ୍ରନ୍ଥି ସୁତ୍ରେ ବନ୍ଧା ପ୍ରିୟତମା ତୁମେ ଜନ୍ମ ଜନ୍ମାନ୍ତର

ଛାଇ ଆଲୁଅର କାୟା ଛାୟା ପ୍ରାୟ ତୁମେ ପ୍ରିୟତମା ମୋର ।।


ସୁସ୍କ ମରୁଭୂମି ବାଲୁକା ପ୍ରାନ୍ତର ଗୋଟେ‌ ନୀରସ ଜୀବନ

ତୁମରି ପରଶେ ମରୁଦ୍ୟାନ ସାଜି ସୁଖରେ କାଟଇ ଦିନ ।।


ଅମା ଅନ୍ଧକାର ନିଥର ଅସାର ଜୀବନେ ଆଲୋକ ଶିଖା

ତୁମେ ପ୍ରିୟତମା ସଂସାର ସାଗରେ ସାହା ଭରଷାର ନୈକା

ପୂର୍ଣ୍ଣ କରିଅଛି ଜୀବନ ଜାତକ (ତୁମ) ପ୍ରେମ ପ୍ରୀତି ଭରା ଭାଷା

ଉଜାଣି ବହୁଛି ଆଶା ବୈତରଣୀ ତୁମେ ପ୍ରୀୟା ପ୍ରୀୟରସା ।।


ଲକ୍ଷ୍ମୀ ସମ ମମ ମନ୍ଦିରେ ସଖୀରେ ସୁସ୍ୱାଦୁ ବ୍ୟଞ୍ଜନେ ଦେବୀ

ଜଠରାଗ୍ନି ଶାନ୍ତ କରି ବଳବନ୍ତ କରିଛ ପ୍ରାଣ ବାନ୍ଧବୀ ।।


ସନ୍ତାନ ସମ୍ଭବା ସୁଲକ୍ଷଣୀ ଦେବୀ ପ୍ରତିମା ସମାନ ତୁମେ

ମନ ଜୀବନକୁ ବାନ୍ଧି ଦେଇଅଛ ପୂଣ୍ୟ ପ୍ରଣୟ ବନ୍ଧନେ 

ସ୍ନେହ ଶରଧାର ଜୀବନ୍ତ ମୂରତି (ମୋ)ପ୍ରିୟତମା ବରାନନେ

ମୁଁ ଜଳନ୍ଧର ସେ ମୋ ତୁଳସୀ ଏଇ ଦୁର୍ଲଭ ଜୀବନ ଜାମେ ।।


ଅନ୍ଧାର ରାତିରେ ଯୋଛନା ତୁମେ ଗୋ ଶୀତେ ଉଷୁମ ପରଶ

ନିଦାଘେ ଶୀତଳ ମରୁତ ବସନ୍ତେ ମଧୁର ମଳୟ ସ୍ପର୍ଶ ।।


ଆକାଶ କୁସୁମ ହାତରେ ମୋହର ମନେ ଆନନ୍ଦ ଫୁଆର

ଉଠେ ପ୍ରିୟତମା ତୁମରି ସାନ୍ନିଧ୍ୟେ କାହିଁ ତାର ପଟାନ୍ତର

ମୁଁ ଶବ ତୁମେ ଶକ୍ତି ସ୍ଵରୂପା “ସତ୍ୟ ଶିବ ଚିର ସୁନ୍ଦର 

କରିଛ ଜୀବନ” ତୁମ ତପବଳେ ଜିଣିଛି ଏ ମାୟା ସଂସାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance