STORYMIRROR

DEEPAK KUMAR PATRA

Romance

3  

DEEPAK KUMAR PATRA

Romance

ପ୍ରିୟତମା

ପ୍ରିୟତମା

1 min
216

ତମେ କବିତା ହେଇଯାଅନ୍ତି କି

ମୁଁ କବି ହୋଇ ଆଙ୍କି ଦିଅନ୍ତି 

ତୁମର ଅକୁହା କୋହକୁ 

ଶବ୍ଦର ରଙ୍ଗତୁଳୀ ଧରି 

କାଗଜର ପରିଧୂରେ ......

ତମେ ଗଳ୍ପ ହେଇଯାଅନୁ କି 

ମୁଁ ଗାଳ୍ପିକ ହୋଇ ତୋଳିଦିଅନ୍ତି 

ଜୀବନର ଉଦ୍ମାନ ଓ ପତନକୁ 

ଭାବନାର ଲେଖନୀରେ 

କଳ୍ପନାର ଯାଦୁଗରୀ ସ୍ପର୍ଶରେ 

ଅନନ୍ତ ଆକାଶର କୋଳରେ......

ତମେ ସାହିତ୍ୟ ହେଇଯାଅନ୍ତି କି 

ମୁଁ ମଧୂପ ସଦୃଶ ପାନକରି 

ମତୁଆଲା ହୋଇଯାଆନ୍ତି 

ସଂଭ୍ରମରେ ଭ୍ରମର ଯେପରି 

ମତ୍ତ ହୋଇ ଯାଏ 

ତାର ରସ ମଧୁରୀରେ ||


साहित्याला गुण द्या
लॉग इन

Similar oriya poem from Romance