STORYMIRROR

Umashankar Satpathy

Abstract Others

3  

Umashankar Satpathy

Abstract Others

ପ୍ରିୟତମା

ପ୍ରିୟତମା

1 min
242


ଅଭିଳାଷାର ସ୍ବପ୍ନ

କର୍ତ୍ତବ୍ୟର କଙ୍କଣ

ପଶ୍ଚାତାପର ପାଉଁଜି

ସିନ୍ଦୂର ରୂପୀ କାମନା

ଦୀର୍ଘ ଜୀବନର...

ଭଙ୍ଗା ସ୍ୱପ୍ନରେ କେଶବିନ୍ୟାସ

ନିଷ୍ଠାର ମଧ୍ୟାହ୍ନ ଭୋଜନ

ଅଭାବର ସ୍ମିତହାସ୍ୟ

ଜୀବନ ବଦଳେଇ ଦେବାର

ଅଙ୍ଗୀକାରବଦ୍ଧତା....

ଅସମାହିତ ପ୍ରଶ୍ନରେ ଉବୁଟୁବୁ

ରାତ୍ରିର ନିରବତାର ବସ୍ତ୍ର

ସମାଜକୁ ଅଣଦେଖାରୂପୀ ଓଢଣୀ

ତା ଜୀବନଟା ଗୋଟେ କାହାଣୀ

ସୁନ୍ଦର ପାରିବାରିକ କାହାଣୀ

ବାପା ମା, ଆଉ ଝିଅର 

ପତି ପତ୍ନୀର ,

ଶାଶୁ ଆଉ ଶ୍ୱଶୁରଙ୍କ କାହାଣୀ,

ମନକୁ ବୁଝିପାରୁଥିବା 

ସମ୍ମାନ ଦେଇ ଉପବାସର

ଗୋଟେ ନିଛକ ଛଳନା 

କେବେ ଜାଣିଶୁଣି ଅବହେଳା 

ପୁଣି ଦୁଇଟୋପା ଲୁହ

ଭିଜାଇ ଦିଏ ସେ ତକିଆରେ 

ସମ୍ଭାଳେ କେତେ ଶୀଘ୍ର ନିଜକୁ

ସଜାଡି ଦେଇ ବିଛଣା 

ଝୁମ ଝୁମ୍ ଚାବିଲେନ୍ତା ଖୋସିଦେଇ ଅଣ୍ଟାରେ

କୋହ ସବୁ ମିଶିଯାଏ ଧୂଆଁରେ

ସଳିତା ହିଁ ବୁଝିପାରେ

ପ୍ରତିଦିନ ସନ୍ଧ୍ୟାରେ ...

ଏଇତ ଜୀବନ

ମରିମରି ବଞ୍ଚିବାର

ମୋହ ପରଜନ୍ମର

ହିସାବ କରିଛି କିଏ

ଉତ୍ସର୍ଗ ତା ' ଏ ଜନ୍ମର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract