STORYMIRROR

Kalandi pal

Inspirational

3  

Kalandi pal

Inspirational

ପ୍ରିୟତମା

ପ୍ରିୟତମା

1 min
203

ସୁଗୁଣ ସମ୍ପନ୍ନା    ସୁକର୍ମା ସୁମନା

   ନାମ ଯାର ପ୍ରିୟତମା

ପ୍ରିୟର ଅର୍ଦ୍ଧେକ   ତା ଜୀବନ ଯାକ

   ସୁଖେ ଦୁଃଖ ଅନୁପମା ।।


ପ୍ରିୟର ଉତ୍ତମା  ବୋଲି ପ୍ରିୟତମା

  ସଂଜ୍ଞା ଅଟେ ସୁମଧୁର

ନ ଥିଲେ କେତୋଟି  ଗୁଣ ହିଁ ତାହାଠି

  ପ୍ରିୟତମା ନୁହେଁ କା'ର ।।


"ପ" କୁ ବୁଝାଏ   ପତି ଭକ୍ତା ଗୁଣ

  ପତିଙ୍କୁ ମଣେ ଦେବତା

"ର" ଅକ୍ଷରରେ   ରତି ଶକ୍ତି ପୂର୍ଣ୍ଣl  

  ପତି ପାଇଁ ଯା ସାଇତା ।।


"ଇ" ରେ ଈଶ୍ୱର  ହୃଦୟେ ଯାହାର

  ପତି ବିନା ନାହିଁ ସ୍ଥାନ

ସଦା ପ୍ରିୟ ପାଶେ ପ୍ରିୟାଠୁଁ ପ୍ରିୟ ସେ

  "ୟ" ଅକ୍ଷର ର ମାନ ।।


"ତ" ରେ ତତ୍ପର ପ୍ରତି କାର୍ଯ୍ୟେ ଯାର

   ଅବହେଳା ଦୂର କର

"ମ" ରେ ମାଧୁର୍ଯ୍ୟ ବାକ୍ୟ ପାଇଁ ପୂଜ୍ୟ

  ପାଏ ଅନ୍ତରେ ସବୁରି ।।


ଛ ଗୁଣେ ସମ୍ପର୍ଣ୍ଣl  ରସେ ପରିପୁର୍ଣ୍ଣl 

  ପ୍ରିୟତମା ସୁଲକ୍ଷଣା 

ହୋଇଲେ ଅଭାବ  ପତ୍ନୀର ସ୍ୱଭାବ

   ଦୁଷ୍ଟା ଭାରିଯାରେ ଗଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational