STORYMIRROR

Sanjya Tripathy

Romance

3  

Sanjya Tripathy

Romance

ପ୍ରିୟତମା

ପ୍ରିୟତମା

1 min
251



ମୁଁ ତୁମକୁ ଦେଖୁଅଛି :

ଢଳଢ଼ଳ ଆଖୁର ଛଳଛଳ ଇଶାରାରେ

କଥାକୁହା, ନିଦୁଆ ଆଖିର ଆଭ୍ୟନ୍ତରୀଣ ଅଂଶରେ

ତୁମ ସୁପରିପୁଷ୍ଟ, ନିକ୍ଟୋଳ ଅବୟବର ନିଖୁଣ ମାନଚିତ୍ରରେ

ତୁମକୁ ମୁଁ ଦେଖିଲି:

ଶିଳାପଦ୍ମର ସ୍ଥାପତ୍ୟରେ- ଭାସ୍କର୍ଯ୍ୟରେ

ଦେବୀ ପୀଠମାନଙ୍କର ଅର୍ଚ୍ଚନା ଆରାଧନାରେ

ଶକ୍ତି ପୂଜାର ପାରମ୍ପରିକ ଔଜଲ୍ୟରେ

ପୁଣି ଦେଖିଥୁଲି:

ସୀତିନୀ ସତୀର ଜାଜୁଲ୍ୟମାନ ସିଂଦୂରବିନ୍ଦୁରେ

ଅଦିନ ମେଘର ମେରୁମେଖଳାରେ ।

ଶୀତରାତିର ଥିରିଥିରି ପବନରେ । ଜାଡରେ

ଏବେ ମୁଁ ଦେଖୁଛି:

ବିଶ୍ଵ ବିମୋହିନୀ, ପର୍ଦ୍ଦିନୀ, ଗଜଗାମିନୀ ରୂପରେ

ବହୁବର୍ଷ ପ୍ରଜାପତିର ବିଚିତ୍ର ରୂପ ସଂଭାରରେ

ଭୋକିଲା, କଂଦନରତା ଶିଶୁର ଅଭୟପ୍ରଦାୟିନୀ

ମାଙ୍କ ବଂଗରେ

ଧୂମିଳ ଗୋଧୂଳିର ପ୍ରୀତିଲପ୍ଲା ପ୍ରେୟସୀ ରୂପରେ

ଧୂମ୍ରାଭ ଦିଗ୍ୟତର ଅସ୍ତଗାମୀ ସୂର୍ଯ୍ୟ କିରଣରେ

ଚଦ୍ରାଲୋକରେ । ଦ୍ରାଲୋକରେ/ ମୁଦ୍ରାଲୋକରେ

: ତୁମକୁ ମୁଁ ପାଇଅଛି:

ସୃତି ସରହଦ ସେପାରି ଅପହଂଚ ଇଲାକାରେ

ଜରଦଗବୀୟ ବ୍ୟବସ୍ଥାର ପରିଚାଳନାଗତ ପ୍ରହସନରେ

ଦାରିଦ୍ର୍ୟ ଜର୍ଜରିତ ଭୋକର ଭୂଗୋଳ, ଇତିହାସ ଓ

ଅର୍ଥନ

ୀତିରେ

ଅମା ଅଂଧାରର ଆଲୋକିତ ଅରୁଣିମାରେ

ସୃଷ୍ଟିହଶୀଳ ମାନସର ଆଭୌତିକ ଫଥନରେ

ପୁଣି ମୁଁ ପାଇଥିଲି:

ଅଶ୍ଳୀଳ ଭିଡିଓର ଭାନୁମତୀ ରୂପରଂଗରେ

ଗଣଦୁଷ୍କର୍ମର ପୀଡିତାର ଅଂତର୍ଦାହରେ

ନୀତିଶିକ୍ଷାବିହୀନ ପୁଣଧରା ସାମାଜିକ ସଂପର୍କରେ

ତୁମକୁ ମୁଁ ପାଇଅଛି:

ଈଶ୍ବରଙ୍କ ବାକଦତ୍ତ, ମୌସୁମୀ ମାୟାରେ

ବନ୍ୟ ମୟୁରୀର ଚଳ ଚପଳା ନୃତ୍ୟରେ

ଏକ ନିଟୋଳ, ବହୁବର୍ଷ ଭାସ୍କର୍ଯ୍ୟର ମାନଚିତ୍ରରେ

ତୁମକୁ ମୁଁ ପାଇବି:

ଚୈତନ୍ୟର ଅଭୁଲା ସ୍ତରରେ- 'କଂଡଳିନୀ ପ୍ରଚ୍ଛାୟାରେ

ଯୋଗୀର ଯୋଗରେ ଭୋଗୀର ଭୋଗରେ

ସାଧାରଣ ମଣିଷର ସମସ୍ୟାବହୁଳ ଦିନଚର୍ଯ୍ୟାରେ

ମୁଁ ତୁମକୁ ଦେଖୁଅଛି:

ପାହାତିଆ ପହରରେ ରାଜଧାନୀ ରାସ୍ତାରେ

ପରିବା ବୋଝ ମୁଣ୍ଡେଇଥୁବାରେ- ଶିଶୁକୁ କାଖେଇ ଥୁବାରେ

ତୁମକୁ ମୁଁ ଦେଖିଲି:

ଅସୀମ ଆକାଶର ଅସୀମ ଫର୍ଭରେ

ପୂର୍ବଜନ୍ମର କାହାଣୀରେ ଗପପରେ ପରେ

ଗଣମାଧ୍ୟମର ପ୍ରତିରୂପର ପରିଚୟରେ

ପୁଣି ମୁଁ ପାଇଥିଲି:

ଆକାକ୍ଷିତ ସାମୀଯ୍ୟର ମଧୁ ସଂଭାରରେ

ତୁମ ବିଚିତ୍ରବର୍ଣ୍ଣା, ମଧୁକ୍ଷରା ଅମୃତ କଳସୀରେ

ଅତସୀ କୁସୁମର ସୁରଭିତ ମହକରେ

ଏବେ ମୁଁ ତୁମକ


Rate this content
Log in

Similar oriya poem from Romance