STORYMIRROR

Kamal Kumar Dash

Romance

1  

Kamal Kumar Dash

Romance

ପ୍ରିୟI

ପ୍ରିୟI

1 min
6.2K


  

କହିଦିଅ ବାରେ   ହସି ପ୍ରିୟା ଥରେ 

   ସାଇତିଛ ଯାହା ମନେ 

ପାଖକୁ ଆସିକି     ପଚାରି ପାରୁନି 

   ହଜୁଛି ତୋର ନୟନେ (1)

ତୁମେ ପାଖେ ଥିଲେ  ତୁମ ପ୍ରୀତି ଛଡା 

   ଆଉ କିଛି ଚାହେଁ ନାହିଁ 

ତୁମେ ଦୂରେ ଗଲେ  ମୁଠାଏ ସପନ 

   ମନେ ଯାଅ ଭରିଦେଇ (2)

ସେଇ ସପନରେ   ତୁମେ ଆଉ ମୁଁ  

   ଆଉ କିଏ ଥାଏ ନାହିଁ 

ସତରେ ବି ତୁମେ ସପନରେ ତୁମେ 

  ତୁମ ଛଡା କେହି ନାହିଁ (3)

ତୁମ ପାଇଁ ଆଜି କବିତା ଲେଖୁଛି 

   ପଢିକି ହୋଇବ ଖୁସି 

ମୁଁ ଖୁସି ହେବି   ତୁମେ ଆସି ଥରେ 

   ମୋ ପାଖେ ପଢିଲେ ବସି (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance