STORYMIRROR

PUSPALATA SAHOO

Romance

4  

PUSPALATA SAHOO

Romance

ପ୍ରିୟାର ଓଢଣୀ

ପ୍ରିୟାର ଓଢଣୀ

1 min
530

ଭଲ ପାଉଥିଲି ତୁମକୁ ପ୍ରିୟା ଗୋ

ହେଉଥିଲି ଭାରି ଖୁସି

ସପନରେ ନିତି ଆସୁଥିଲ ତୁମେ

ମୋ ପାଖକୁ ହସି ହସି ।

ମନ ଦିଆ ନିଆ ହେଲା ସପନରେ

ଜହ୍ନ ଥିଲା ଆମ ସାକ୍ଷୀ

ସବୁ ଜନମରେ ରହିବ ସାଥିରେ

କଥା ଦେଲ ହାତ ରଖି ।

ମଥାରେ ଓଢଣୀ ନାଲି ପାଟ ପିନ୍ଧି

କୁଳବଧୂ ମୋ ସାଜିବ

ତୁଳସୀ ଚଉରା ମୂଳେ ସଞ୍ଜ ବତୀ

ମୋ ପାଇଁ ତୁମେ ଜାଳିବ ।

ଏତେ ସପନକୁ ରାତି ମୋ ନିଅଣ୍ଟ

ଭାବି ଭାବି ରାତି ସରେ

ତୁମ ସେ ଲାଜୁଆ ମୁହଁକୁ ଦେଖିଲେ

ସରମରେ ମୁଁ ଯେ ମରେ ।

ସପନ ଆମରି ସତ ହେଲା ବେଳେ

କେଉଁ ଆଡେ ଗଲ ଚାଲି

ଶ୍ରାବଣ ତ ଗଲା ଫଗୁଣ ଆସିଲା

ବିରହେ ଝୁରୁଛି ଖାଲି ।

ରାତ୍ରୀ ଆସିଗଲେ ଦେଖୁଛି ସଧିରେ

ତୁମ ପ୍ରଣୟର ସ୍ୱପ୍ନ

କାହିଁ ଗଲ ଚାଲି ଖୋଜେ ମନେ ମନେ

ତୁମର ସେ ପଦଚି଼ହ୍ନ ।

କଣ୍ଟକିତ ବୃକ୍ଷ ମରୁବାଲି ପରେ

ତୁମେ ମୋର ତୃଷ୍ଣା ସାଜି

ଆସିବ ସଖୀ ଗୋ ପାଦ ଚିହ୍ନ ଦେଖି

ରଖିଲି ନିଜକୁ ବାଜି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance