STORYMIRROR

Santosh Kumar Ojha

Romance

3  

Santosh Kumar Ojha

Romance

ପ୍ରିୟା

ପ୍ରିୟା

1 min
383

ଆସ ଯେବେ ପ୍ରିୟା

ମେଘ ସବାରିରେ

ବର୍ଷାରାଣୀ ଯାଏ ରୁଷି ,

ଛମ ଛମ ତୁମ

ପାଉଁଜୀର ସ୍ବର

ତା'ଠୁ ମଧୁର ବେଶି ।


ପୁଚ୍ଛ ଟେକି କେକୀ

ଯେତେ ନାଚିଲେ ବି

ବରଷା ଝରେନି ଆହେ ,

ତୁମେ ରୁଷି ଗଲେ

ମେଘ ଘୋଟି ଯାଏ

ଅଦିନିଆଁ ଝଡ଼ ବହେ ।


ଚାଲି ଯାଉ ଥିଲେ

ଗଜଗମନରେ

ଭ୍ରମଣ ଭୁଲନ୍ତି ନାୟିକା ,

ଚାହିଁ ଦେଉ ଥିଲେ

ମୃଗନୟନରେ

ମୃଗ ହେଇଯାନ୍ତି ଜଳକା ।


କଥା କହୁ ଥିଲେ 

ମଧୁମକ୍ଷି ସମ

ବଂଶୀ ସ୍ବନ ଲାଗେ ବେସୁରା ,

ଲାଜବତୀ ଯେତେ

ଲାଜ ଭୁଲି ଗଲେ

ଦେଖି ତୁମ ଲାଜ ପସରା ।


ଅବର୍ଣ୍ଣନୀୟ ଗୋ

ବର୍ଣ୍ଣାଳୀ ତୁମେ

ବର୍ଣ୍ଣମାଳା ହୁଏ ନିଅଣ୍ଟ ,

ପ୍ରିୟା , କେମିତି ବର୍ଣ୍ଣିବି କୁହ ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance