ପ୍ରିୟା ତୁମେ ଗଲାପରେ
ପ୍ରିୟା ତୁମେ ଗଲାପରେ
ତୁମେ ଥିଲ ବୋଲି ଫୁଲ ଫୁଟୁଥିଲା
ମୋ ପ୍ରେମର ଅଗଣାରେ
ତୁମେ ଗଲାପରେ ଫୁଲ ଝଡିଗଲା
ଶ୍ରାବଣର ବରଷାରେ ।
କହି ଯାଇଥିଲ ଫେରି ଯେ ଆସିବ
ହେଲେ ତ ଫେରିଲ ନାହିଁ
ଶ୍ରାବଣ ସଞ୍ଜରେ ଲେଖୁଛି ବସି ମୁଁ
ଚିଠିଟିଏ ତୁମ ପାଇଁ ।
ତୁମ କଥା ଭାବି ଆଖି ଲୁହ ମୋର
ନୟନୁ ପଡୁଛି ଝରି
ବଞ୍ଚି ପାରିବିନି ତୁମ ବିନା ସାଥୀ
ପାଖକୁ ଆସ ମୋ ଫେରି ।
